ପୁଲୱାମା ଜିଲ୍ଲାର ୪ଟି ସ୍ଥାନରେ ଏନଆଇଏର ଚଢ଼ଉ

Spread the love

ପୁଲୱାମା : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆତଙ୍କବାଦ ସହିତ ଜଡ଼ିତ ଏକ ମାମଲାରେ ଶନିବାର ସକାଳେ ପୁଲୱାମା ଜିଲ୍ଲାରେ ୪ଟି ସ୍ଥାନରେ ଚଢ଼ଉ କରିଛି । ଏନଆଇଏ ପକ୍ଷରୁ ଗୁସ୍‌ସୁ, ରାଜପୋରା, ଅବନ୍ତିପୋରା ଏବଂ ତ୍ରାଲରେ ଏହି ଚଢ଼ଉ କରାଯାଇଛି ।

ଏନଆଇଏ ଅଧିକାରୀଙ୍କ ଟିମ୍ ଜମ୍ମୁ-କାଶ୍ମୀର ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ) ଯବାନଙ୍କ ସହିତ ମିଳିତ ଭାବେ ଏସବୁ ସ୍ଥାନରେ ପହଂଚିଥିଲା । ଏହି ଚଢ଼ଉ ସମୟରେ ଏନଆଇଏକୁ କେତେକ ସନ୍ଦିଗ୍ଧ ଦସ୍ତାବିଜ୍ ମିଳିଛି ।

Leave a Reply

Your email address will not be published. Required fields are marked *