ମଦ ପିଇ ମୃତ୍ୟୁବରଣ କରିଥିବା ଲୋକଙ୍କୁ ମିଳିବନି ଅନୁକମ୍ପା: ନିତିଶ

Spread the love

ନୂଆଦିଲ୍ଲୀ: ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିବା ଲୋକଙ୍କୁ କୌଣସି ଅନୁକମ୍ପା ରାଶି ଦିଆଯିବ ନାହିଁ ବୋଲି ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କହିଛନ୍ତି। ବିହାର ବିଧାନସଭାରେ ବିହାରର ସାରନ ଜିଲ୍ଲାରେ ବିଷାକ୍ତ ମଦ ପିଇ ମୃତ୍ୟୁ ବରଣ କରିଥିବା ପ୍ରସଙ୍ଗରେ ଏପରି କହିଛନ୍ତି।

ଶୁକ୍ରବାର, ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ରାଜ୍ୟରେ ବିଷାକ୍ତ ମଦ ବ୍ୟବହାରକୁ ନେଇ କହିଛନ୍ତି କି, ଯେଉଁମାନେ ମଦ ପିଇ ମୃତ୍ୟୁବରଣ କରୁଛନ୍ତି, ସେମାନଙ୍କୁ କୌଣସି ଅନୁକମ୍ପା ଦିଆଯିବ ନାହିଁ। ଆମେ ଲୋକଙ୍କୁ ଅନୁରୋଧ କରୁଛି, ଯଦି ଆପଣ ପିଇବେ, ଆପଣ ମରିବେ। ଯେଉଁମାନେ ମଦ ସପକ୍ଷରେ କହୁଛନ୍ତି ସେମାନେ ଆପଣମାନଙ୍‌କର ଶୁଭ ମନାସୁ ନାହାନ୍ତି।  ଗୁରୁବାର ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ସମାନ କଥା କହିଥିଲେ।

ବିହାରର ସରନ ଜିଲ୍ଲାରେ ବିଷାକ୍ତ ମଦ ବିଭୀଷିକାରେ ମୋଟ ୨୯ ଲୋକଙ୍କ ଜୀବନ ଯାଇଥିବା ସରକାରୀସ୍ତରରେ କୁହାଯାଉଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ୫୦ ଛୁଇଁଥିବା କୁହାଯାଉଛି। ଜିଲ୍ଲାପାଳ ରାଜେଶ ମୀନା କହିଛନ୍ତି କି, ଘଟଣା ପରେ ଜିଲ୍ଲାବ୍ୟା ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ୧୨୬ ବେପାରୀଙ୍କୁ ଦେଶୀ ମଦ ବିକ୍ରି ଅଭିଯୋଗରେ ଗିରଫ କରାଯାଇଛି।

ସେପଟେ ଏହି ମାମଲାକୁ ନେଇ ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର କରାଯାଇ ଘଟଣାର ଏସଆଇଟି ତଦନ୍ତ ପାଇଁ ଅପିଲ କରାଯାଇଛି। ଏହି ଯାଚିକାରେ ତୁରନ୍ତ ଶୁଣାଣି ସିଜେଆଇ  ଓ ଜଷ୍ଟିସ ପି ଏସ ନରସିଂହାଙ୍କ କୋର୍ଟରେ କରିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *