କେରଳରେ ୨୦୧୮ ଓ ୧୯ ମଧ୍ୟରେ ହାଜତ ମୃତ୍ୟୁ ହୋଇନାହିଁ

Spread the love

ନୂଆଦିଲ୍ଲୀ: କେରଳରେ ୨୦୧୮ ଓ ୧୯ ମଧ୍ୟରେ ହାଜତ ମୃତ୍ୟୁକୁ ନେଇ କୌଣସି ବୃଦ୍ଧି ଘଟିନାହିଁ। ଲୋକସଭାରେ ଏପରି ତଥ୍ୟ ଦେଇଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଇ।  ଜାତୀୟ ମାନବାଧିକାର କମିଶନଙ୍କ ରିପୋର୍ଟ ଉପରେ ମନ୍ତ୍ରୀଙ୍କ ତଥ୍ୟ ପର୍ଯ୍ୟବେଶିତ।

ଗୃହରେ ମଙ୍ଗଳବାର ଦିନ କଂଗ୍ରେସ ସାଂସଦ କୁମ୍ବାକୁଦି ସୁଧାକରଣ  ପ୍ରଶ୍ନ କରିଥିଲେ କି, କେରଳରେ ୨୦୧୮- ୨୦୧୯ ମଧ୍ୟରେ ହାଜତ ମୃତ୍ୟୁ ସଂଖ୍ୟା ଶତ ପ୍ରତିଶତ ବୃଦ୍ଧି ପାଇଥିବା ଏନଏଚଆରସି ରିପୋର୍ଟ ଦର୍ଶାଇଥିବା ସରକାରକୁ ସୂଚନା ଅଛିକି? ରାଜ୍ୟ ରେ ପୁଲିସ ନୃଶଂସତାର ଓ ମାନବାଧିକାର ହନନ ନେଇ କେନ୍ଦ୍ର ଅବଗତ ଅଛି ତ? ଏହାର ଉତ୍ତରରେ  ରାୟ କହିଥିଲେ କି, କେରଳରେ ୨୦୧୮ରୁ ୨୦୧୯ ଭିତରେ ହାଜତ ମୃତ୍ୟୁରେ ଅଭିବୃଦ୍ଧି ଘଟିନାହିଁ। ଏହା ବ୍ୟତୀତ,  ପୁଲିସ ଓ ସାଧାରଣ ଆଇନ ବ୍ୟବସ୍ଥା ସମ୍ବିଧାନର ୭ମ ଅନୁଚ୍ଛେଦ ଅନୁଯାୟୀ ରାଜ୍ୟର ମାମଲା। ତେଣୁ ରାଜ୍ୟ ସରକାରର ପ୍ରାଥମିକ ଦାୟିତ୍ବ ନାଗରିକଙ୍କ ମାନବାଧିକାରକୁ ସୁରକ୍ଷିତ ରଖିବା। ତଥାପି ସମୟ ସମୟରେ କେନ୍ଦ୍ର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆଡଭାଇଜୋରୀ ଜାରି କରିଥାଏ ମାନବାଧିକାର ପ୍ରସଙ୍ଗରେ।

Leave a Reply

Your email address will not be published. Required fields are marked *