ଦେଶକୁ ସଫତଳାର ଶୀର୍ଷକୁ ନେବାକୁ ଅତୀତର ସଂକୀର୍ଣ୍ଣତା ଛାଡିବାକୁ ହେବ: ମୋଦି

Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ  ଦେଶକୁ ସଫଳତାର ଶୀର୍ଷକୁ ନେବାକୁ ହେଲେ ଅତୀତର ସଂକୀର୍ଣ୍ଣ ଦୃଷ୍ଟିଭଙ୍ଗିରୁ ମୁକ୍ତ ହେବାକୁ ଆହ୍ବାନ ଦେଇଛନ୍ତି। ଦେଶରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ବୀର ବାଲ ଦିବସ ଅବସରରେ ମୋଦି ଜୋରାବର ସିଂହ, ଫତେ ସିଂହ, ଗୁରୁ ଗୋବିନ୍ଦ ସିଂହଙ୍କ ପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି, ଯେଉଁମାନେ ନିଜ ବିଶ୍ବାସର ରକ୍ଷା ପାଇଁ ପ୍ରାଣବଳୀ ଦେଇଥିଲେ।

ବୀର ବାଲ ଦିବସ ଅବସରରେ ମୋଦି କହିଛନ୍ତି, ଗୋଟିଏ ପଟେ ଆତଙ୍କବାଦ ଓ ଅନ୍ୟ ପଟେ ଆଧ୍ୟାତ୍ମବାଦ ଥିଲା। ଗୋଟିଏ ପଟେ ସାମ୍ପ୍ରତିକ ହିଂସା  ଥିଲା ଓ ଅନ୍ୟ ପଟେ ଥିଲା ଉଦାରବାଦ। ଗୋଟିଏ ପଟେ ଲକ୍ଷ ଲକ୍ଷଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଥିବା ବେଳେ ଅନ୍ୟ ପଟେ ବୀର ପୁତ୍ରମାନେ ମୁଣ୍ଡ ନ ନୁଆଁଇ ହୋଇଗଲେ ସହିଦ।

ମୋଦି ଆହୁରି କହିଛନ୍ତି କି, ଔରଙ୍ଗଜେବ ଓ ତାଙ୍କ ଲୋକମାନେ ଗୁରୁ ଗୋବିନ୍ଦ ସିଂଙ୍କ ପିଲାମାନଙ୍କୁ ଖଣ୍ଡାର ମୁନରେ ଧର୍ମ ବଦଳାଇବାକୁ ଚାହୁଁଥିଲେ। ଯେଉଁ କାରଣରୁ ସେ ନିଜ ଦୁଇ ନୀରିହ ସନ୍ତାନଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଔରଙ୍ଗଜେବଙ୍କ ଯୁଗର ଆତଙ୍କବାଦ ବିରୋଧୀ ଆତଙ୍କକୁ ଦେଖ। ଗୁରୁ ଗୋବିନ୍ଦ ସିଂହ ପର୍ବତ ପରି ସେହି ଆତଙ୍କ ବିରୋଧରେ ଠିଆହୋଇଥିଲେ।

ଗୁରୁ ଗୋବିନ୍ଦ ସିଂହଙ୍କ ଜନ୍ମ ବାର୍ଷିକ ଜାନୁଆରୀ ୯ ତାରିଖରେ ପଡୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଡିସେମ୍ବର ୨୬ ତାରିଖକୁ ବୀର ବାଲ ଦିବସ ଭାବେ ପାଳିବାକୁ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଇତିହାସ ନାମରେ ଲୋକଙ୍କୁ ତୁଚ୍ଛ ଚିନ୍ତାଧାରାକୁ ଆପଣେଇବାକୁ ବାଧ୍ୟ କରାଯାଉଛି। କିନ୍ତୁ ଆଗାମୀ ଦିନରେ ଦେଶକୁ ସଫଳତାର ଶୀଖରକୁ ନେବାକୁ ହେଲେ ଆମକୁ ସେହି ସଂକୀର୍ଣ୍ଣ ଚିନ୍ତାଧାରାକୁ ଛାଡିବାକୁ ହେବ।  ଏହି ଅବସରରେ ମୋଦି ଛାତ୍ରଛାତ୍ରୀଙ୍କ ଦ୍ବାରା ହୋଇଥିବା ସବାଦ କିର୍ତ୍ତନ ଶୁଣିଛନ୍ତି।

Leave a Reply

Your email address will not be published. Required fields are marked *