ଆଖିରେ ଆଖିଏ ସ୍ବପ୍ନ , ମନରେ ମେଞ୍ଚାଏ ଆଶା ବିଦେଶକୁ କାମ କରିବାକୁ କେନ୍ଦ୍ରାପଡା, ଗଞ୍ଜାମ, ଖୋର୍ଦ୍ଦା ଜିଲ୍ଲାରୁ ୬ଜଣ ଯାଇଥିଲେ ା ଏଜେଣ୍ଟ ଜରିଆରେ ସିନା ପହଞ୍ଚିଲେ ହେଲେ ସେଠି ଯାଇ ଦିଗହରା ହୋଇଗଲେ। ନା କାମ ମିଳିଲା ନା ଭଲରେ ଦିମୁଠା ଖାଇବାକୁ ମିଳିଲା। ସକାଳୁ ଉଠିଲେ କଣ ଖାଇବେ ଆଉ କେମିତି ଦିନ କଟିବ ତାକୁ ନେଇ ଚିନ୍ତା ମାଡ଼ି ବସିଥିଲା । ଏମିତିକି ୪ ଦିନ ପରେ ଭିକ ମାଗି ପେଟର କ୍ଷୁଧା ମେଣ୍ଟାଇଥିଲେ। ସକାଳୁ ଉଠିଲେ ଜୀବନ ବଞ୍ଚିବା ଓ ସଂଘର୍ଷ କରିବାକୁ ଯେଉଁ କସରତ ତାହା ସହିବା ଯେତେ କଷ୍ଟ ବଖାଣିବା ବି ତାଠୁ ଅଧିକ। ୬ ଓଡିଆଙ୍କ ଭଳି ୧୯୯୯୩ ମସିହାରେ କେରଳରୁ ସାଉଦି ଯାଇଥିବା ନଜୀବଙ୍କ କାହାଣୀ ମଧ୍ୟ ଏହାଠାରୁ ଭୟଙ୍କର ଥିଲା ା ସପିଂ ମଲ୍ ରେ କାମ କରିବାକୁ ଯାଇ ଏକ ଦଲାଲ୍ କବଜାରେ ସେ ଫସିଯାଇଥିଲେ ା ଏବଂ ୭୦୦ ମେଣ୍ଢାଙ୍କ ଭିତରେ ୩ ବର୍ଷ କଟିଥିଲା ତାଙ୍କର ା ନିଜେ ବି ପଶୁଙ୍କ ଭଳି ବ୍ୟବହାର କରିବାକୁ ଲାଗିଥିଲେ ନଜୀବ। ନା ଘର ସହ ସମ୍ପର୍କ ନା ଦୁନିଆ ସହ କୌଣସି ଯୋଗାଯୋଗ। ଶେଷରେ ବହୁ କଷ୍ଟରେ ନିଜ ଜୀବନ ବଞ୍ଚାଇ ଫେରଥିଲେ ନଜୀବ। ଏ କାହାଣୀକୁ ନେଇ ନିର୍ମାଣ ହୋଇଛି ପାନ୍ ଇଣ୍ଡିଆ ଫିଲ୍ମ ‘ଗୋଟ୍ ଲାଇଫ୍’।ଫିଲ୍ମ ଓସ୍କାର ରେସରେ ଥିବା ବେଳେ ଏହାକୁ ନେଇ ସାଉଦି ଆରବରେ ବି ପ୍ରତିକ୍ରିୟା ପ୍ରକାଶ ପାଇଛି। ସାଉଦିର ଛବି ଏପରି ନୁହେଁ ବୋଲି ସେଠାକାର ସରକାର ଓ ବ୍ୟବସାୟୀ ମାନେ ସଫେଇ ରଖିଛନ୍ତି।୬ ଜଣ ଓଡ଼ିଆଙ୍କ ସମେତ ୮ ଭାରତୀୟଙ୍କୁ ଫେରାଇ ଆଣିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ପରିବାରଲୋକଙ୍କ ନିବେଦନ ପରେ ସହାୟତାର ହାତ ବଢ଼ାଇ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ ପରେ ସମସ୍ତେ ସୁରକ୍ଷିତ ଫେରିଛନ୍ତି। ହେଲେ ଏବେ ବି ଅନେକ ଲୋକେ ଏମିତି ଦହଗଞ୍ଜରେ ଜୀବନ କାଟୁଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now