ଇଡି କବଜାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ

Spread the love

ଇଡି କବଜାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ପଙ୍କଜ ମିଶ୍ର। ମନି ଲଣ୍ଡରିଂ ମାମଲାରେ ଇିଡି ପକ୍ଷରୁ ପଙ୍କଜଙ୍କ ଘରେ ଚଢାଉ କରାଯାଇଥିଲା। ଝାରଖଣ୍ଡର ସାହିବଗଞ୍ଜ ଜିଲ୍ଲା ଏବଂ ବରହେଟ, ରାଜମହଲ ସହରର ପାଖାପାଖି ୧୮ଟି ସ୍ଥାନରେ ଏହି ଚଢାଉ ହୋଇଥିଲା। ପଙ୍କଜ ମିଶ୍ରଙ୍କ ବ୍ୟତୀତ ତାଙ୍କର ସମ୍ପର୍କୀୟ ମିର୍ଜାଚୋକି ସ୍ଥିତ ବ୍ୟବସାୟୀ ରାଜୁ, ପାତ୍ରୃ ସିଂ ଏବଂ ଟ୍ୱୁଙ୍କିଲ ଭାଗବତଙ୍କ ଘରେ ମଧ୍ୟ ଉଡି ପକ୍ଷରୁ ଚଢାଉ କରାଯାଇଛି। ବିଜେପି ଦ୍ୱାରା ବାରମ୍ୱାର ଅଭିଯୋଗ ହୋଇଥିଲା ଯେ, ପଙ୍କଜ ମିଶ୍ର ସନ୍ଥାଲରେ ପଥର ଖଣିର ସମସ୍ତ ବ୍ୟବସାୟ ପରିଚାଳନା କରୁଛନ୍ତି। ଏହା ବ୍ୟତୀତ ଇଡି ବାରହାରାଠାରେ କୃଷ୍ଣ ସାହାଙ୍କ ସମେତ ତିନିଜଣ ପଥର ବ୍ୟବସାୟୀଙ୍କ ଘରେ ଚଢାଉ କରିଛି।  ଚଢାଉ ବେଳେ ଅଧିକାରୀମାନେ ନଗଦ 5 କୋଟି ଟଙ୍କା ଜବତ କରିଥିବା ଜଣାପଡିଛି। ଅନ୍ୟପଟେ ଇଡି ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *