ପିଏଫଆଇର ହତ୍ୟାକାରୀ ବ୍ରିଗେଡ,ଆକ୍ରମଣ ପାଇଁ ନେଉଥିଲେ ତାଲିମ

ନୂଆଦିଲ୍ଲୀ: ପିଏଫଆଇକୁ ନେଇ ପୁଣି ଆସିଛି ନୂଆ ଏକ ଚାଞ୍ଚଲ୍ୟକାରୀ ତଥ୍ୟ। ଗୁଇନ୍ଦା ତଥ୍ୟ ଅନୁଯାୟୀ, ଯିଏ ପିଏଫଆଇକୁ  ବିରୋଧ କରୁଥିଲା ତାକୁ ବାଟରୁ ହଟାଇବାକୁ ତିଆରି କରାଯାଇଥିଲା ହତ୍ୟାକାରୀ ବ୍ରିଗଡ। ଏହି ବ୍ରିଗେଡର କାର୍ଯ୍ୟପନ୍ଥା ଥିଲା ଗୁପ୍ତ।

ଗୁଇନ୍ଦା ସୂଚନା ଅନୁଯାୟୀ, ପିଏଫଆଇ ଦେଶରେ ହିଂସା ସୃଷ୍ଟି କରିବାକୁ ଅଲଗା ଏକ ଦଳ ଗଠନ କରିଥିଲା। ଏହାର ନାମ ଥିଲା ହିଟ ସ୍କ୍ବାଡ। ଗତ କିଛି ମାସ ଭିତରେ ଏନଆଇଏର ଚଢାଉରେ ପିଏଫଆଇ ସଂଗଠନରେ ଜୁଡୋ, କରାଟେ ପରି ଶାରୀରିକ ତାଲିମର ପ୍ରମାଣ ମିଳିଥିଲା। ହିଟ ସ୍କ୍ବାଡରେ ସେହି ମାନଙ୍କୁ ସାମିଲ କରାଯାଇଥାଏ ଯେଉଁମାନେ ସଂଗଠନ ପ୍ରତି ବିଶ୍ବସ୍ତ ହୋଇଥାନ୍ତି।

ପ୍ରତି ହିଟ ସ୍କ୍ବାଡରେ ୪ରୁ ୫ ଜଣ ସାମିଲ ଥାଆନ୍ତି ଓ ସମସ୍ତେ ଶାରୀରିକ ଭାବେ ସୁସ୍ଥ ସବଳ ହୋଇଥାନ୍ତି। କୌଣସି ଟାର୍ଗେଟ ଉପରେ ଆକ୍ରମଣ କରିବାକୁ ସେମାନେ ଧରୁଆ ଅସ୍ତ୍ର ଓ ବାଇକର ବ୍ୟବହାର କରିଥାନ୍ତି। କାମ ପୁରା ହୋଇଯିବା ପରେ ସେସବୁକୁ ନଷ୍ଟ କରାଯାଇଥିବା ଗୁଇନ୍ଦା ପକ୍ଷରୁ ସୂଚନା ରହିଛି।

କେରଳରେ ଗତ କିଛି ମାସରେ ଆରଏସଏସ କର୍ମକର୍ତ୍ତାଙ୍କ ମଧ୍ୟରେ ହୋଇଥିବା ଆକ୍ରମଣରେ ଏହି ହିଟ ସ୍କ୍ବାଡଙ୍କର ହାତ ଥିବା ସନ୍ଦେହ କରିଛି ଗୁଇନ୍ଦା ବିଭାଗ।   

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *