ଭାରତକୁ ମୁସଲିମ ରାଷ୍ଟ୍ର ଲକ୍ଷ୍ୟରେ ଥିଲା ପିଏଫଆଇ

Spread the love

ମୁମ୍ବାଇ: ଦେଶରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ବା ପିଆଇଏଲର ଉଦ୍ଦେଶ୍ୟ ଥିଲା ଭୟଙ୍କର। ଭାରତକୁ ୨୦୪୭ ମଧ୍ୟରେ ଇସଲାମି ରାଷ୍ଟ୍ରରେ ପରିଣତ କରିବାର ଯୋଜନା ଥିଲା। ଦେଶର ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ବା ଆରଏସଏସର ବଡ ନେତା ଏହି ସଂଗଠନ ଟାର୍ଗେଟରେ ଥିଲେ ବୋଲି ମହାରାଷ୍ଟ୍ର ଏଟିଏସ ମୁଖ୍ୟ ବିନୀତ ଅଗ୍ରୱାଲ ଗୁରୁବାର ସୂଚନା ଦେଇଛନ୍ତି। ଅଗ୍ରୱାଲ କହିଛନ୍ତି, ଏହି ସଂଗଠନ ଦେଶ ପାଇଁ ସ୍ଲୋ ପଏଜନ ପରି। ତେଣୁ ଏହାକୁ ବ୍ୟାନ କରିବା ଜରୁରୀ ଥିଲା।  

ପିଏଫଆଇ ଉପରେ ଏନଆଇଏର ସିରିଜ ଚଢାଉ ଜାରି ରହିଛି। ଦେଶର ୧୫ ରାଜ୍ୟର  ଶତାଧିକ ସ୍ଥାନରେ ରେଡ୍ ଓ ଗିରଫଦାରୀ ଜାରି ରହିଛି। ପିଏଫଆଇ ସଦସ୍ୟଙ୍କ ପଚରାଉଚରା କାଳରେ ଦେଶ ବିରୋଧୀ କାର୍ଯ୍ୟ ସମ୍ବନ୍ଧରେ ଜଣାପଡିବା ପରେ ଏହାକୁ ୫ ବର୍ଷ ପାଇଁ ବ୍ୟାନ କରାଯାଇଛି।

ଏନଆଇଏର ଚଢାଉ କାଳରେ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବା ଦାବି କରାଯାଇଛି। ଏନଆଇଏ ଦାବି କରିଛି ଯେ ପିଏଫଆଇ ସଦସ୍ୟଙ୍କ ଠାରୁ ବୋମା ତିଆରି ବହି ଜବତ ହୋଇଛି। ଏହା ବ୍ୟତୀତ ଅନେକ ପ୍ରକାରର ଦେଶ ବିରୋଧି ଦସ୍ତାବିଜ୍ ମଧ୍ୟ ମିଳିଛି।  ତ୍ତରପ୍ରଦେଶର ପିଏଫଆଇ ନେତାଠାରୁ ମିଳିଥିବା ପେନ ଡ୍ରାଇଭରେ ଆଇଏସଆଇଏସ, ଗଜୱା ଏ ହିନ୍ଦ ଭଳି ଆତଙ୍କୀ ସଂଗଠନ ସମ୍ବନ୍ଧିତ ବହୁ ଆପତ୍ତିଜନକ ଭିଡିଓ ରହିଛି।

Leave a Reply

Your email address will not be published. Required fields are marked *