ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ୨ ମୃତ

Spread the love

ନୂଆଦିଲ୍ଲୀ: ଦିଲ୍ଲୀର ନରେଲାସ୍ଥିତ ଏକ ପ୍ଲାଷ୍ଟିସ ପ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ। ମଙ୍ଗଳବାର ସକାଳୁ ସକାଳୁ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। କାରଖାନା ଭିତରେ ଫସିରହିଥିବା ସମସ୍ତ କର୍ମଚାରୀଙ୍କ ଉଦ୍ଧାର କରାଯାଇଛି। ନିଆଁ ଲାଭାଇବାରେ ୧୦ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲା।

ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୯ଟା ୩୫ ମିନିଟରେ ନରେଲା ସ୍ଥିତ ଏକ ୪ ମହଲା କୋଠାରେ ଚାଲୁଥିବା କାରଖାନାରେ ନିଆଁ ଲାଗିଥିଲା। କାରଖାନାର ଏକ ମେସିଲ ଫାଟିବା ପରେ ନିଆଁ ଲାଗି ଦ୍ବିତୀୟ ଓ ତୃତୀୟ ମହଲାକୁ ବ୍ୟାପୀ ଯାଇଥିଲା। ସୂଚନା ପାଇ ୧୦ଟି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତରେ ଲାଗିଯାଇଥିଲା। ଅଗ୍ନିଶମ ବାହିନୀ କାରଖାନା ଭିତରେ ଥିବା କର୍ମଚାରୀଙ୍କ ଉଦ୍ଧାର କରିଥିଲା। ତେବେ ଅଗ୍ନିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପଟାଲରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *