ଜମ୍ମୁ ଓ କଶ୍ମୀରର ବାରାମୁଲା ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟନରେ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜମ୍ମୁ ଓ କଶ୍ମୀରର ବାରାମୁଲା ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟନ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଚାଷୀମାନଙ୍କ ପାଇଁ ୭ଟି କଷ୍ଟମ ହାୟାରିଂ କେନ୍ଦ୍ର, ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକଙ୍କ ପାଇଁ ୯ଟି ପଲି ଗ୍ରୀନ ହାଉସ ସାମିଲ ରହିଛି ।

ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟର ଟ୍ୱିଟ ଶୃଙ୍ଖଳା ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଉଦଘାଟିତ ହୋଇଥିବା ଉନ୍ନୟନମୂଳକ ପ୍ରକଳ୍ପଗୁଡିକର ବିବିଧତା ଜମ୍ମୁ ଓ କଶ୍ମୀରବାସୀ, ବିଶେଷ କରି ଆକାଂକ୍ଷୀ ଜିଲ୍ଲାବାସୀଙ୍କ ଜୀବନର ଗୁଣବତା ସମୃଦ୍ଧ କରିବା ଦିଗରେ ଆମ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ।”

Leave a Reply

Your email address will not be published. Required fields are marked *