ଦୁଇ ଦିନିଆ ଗସ୍ତରେ ଫ୍ରାନ୍ସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁବାର ଫ୍ରାନ୍ସ ଗସ୍ତରେ ପ୍ୟାରିସରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ରେଡ କାର୍ପେଟରେ ସ୍ୱାଗତ କରାଯାଇଥିଲା। ସେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଙ୍କ ସହ ଫ୍ରାନ୍ସର ଜାତୀୟ ଦିବସ ଉତ୍ସବରେ ଯୋଗଦେବେ ଏବଂ ତାଙ୍କ ସହ ବ୍ୟାପକ ରଣନୈତିକ ସହଭାଗିତା ର ବିଭିନ୍ନ ଦିଗ ଉପରେ ଆଲୋଚନା ମଧ୍ୟ କରିବେ ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚିଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ୧୩ ଜୁଲାଇ ଅପରାହ୍ନରେ ପ୍ୟାରିସରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗ୍ରହଣ କରିଥିଲେ । । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦୀ ବୈଷ୍ଟିଲ୍ ଡେ ପରେଡରେ ସମ୍ମାନନୀୟ ଅତିଥି ଭାବେ ଅଂଶଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *