ଉର୍ଫି ଜାୱେଦ୍ କରିବେ ବଲିଉଡରେ ଡେବ୍ୟୁ, ମିଳିଲା ବଡ ଫିଲ୍ମର ଅଫର

Spread the love

ନିଜ ପୋଷାକରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଉର୍ଫି ଜାୱେଦ୍ ପୁଣି ଥରେ ଲାଇମଲାଇଟକୁ ଅସିଛନ୍ତି । ଏଥର ଉର୍ଫି ତାଙ୍କ ପୋଷାକ ହେତୁ ନୁହେଁ ବରଂ ବଲିଉଡରେ ଡେବ୍ୟୁ ହେତୁ ଚର୍ଚ୍ଚାକୁ ଆସିଛନ୍ତି । ପ୍ରକାଶ ଯେ, ଉର୍ଫି ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବେ। କଳା ଜଗତର ପ୍ରସିଦ୍ଧ ନିର୍ଦ୍ଦେଶକ ଏକତା କପୁରଙ୍କ ଦ୍ୱାରା ଉର୍ଫିଙ୍କୁ ଏକ ଚଳଚ୍ଚିତ୍ର ପ୍ରଦାନ କରାଯାଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ଏକତା କପୁରଙ୍କ ‘ଲଭ ସେକ୍ସ ଅର ଧୋକା’ର ସିକ୍ୱାଲ ପାଇଁ ଉର୍ଫିଙ୍କୁ ଚୟନ କରାଯାଇଛି । ଏହି ଫିଲ୍ମରେ ଉର୍ଫିଙ୍କୁ ମୁଖ୍ୟ ଭୂମିକାର ଅଫର୍ ଦିଆଯାଇଥିବା ଜଣାଯାଇଛି । ଏଭଳି ପରିସ୍ଥିତିରେ ଉର୍ଫି ଏକତା କପୁରଙ୍କ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିବେ ବୋଲି ଆଲୋଚନା ହେଉଛି । ଉର୍ଫି ନିକଟବର୍ତ୍ତୀ ଜଣେ ବ୍ୟକ୍ତି ଏହା ପ୍ରକାଶ କରିଛନ୍ତି ।

ଚଳଚ୍ଚିତ୍ର ‘ଲଭ ସେକ୍ସ ଅର ଧୋକା ୨’ ରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ଉର୍ଫି । ‘ଲଭ ସେକ୍ସ ଅର ଧୋକା’ ଫିଲ୍ମର ପ୍ରଥମ ଭାଗ ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା।

ଉର୍ଫି ରିୟାଲିଟି ଶୋ ରେ ଅଭିନୟ କରି କଳା ଜଗତରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ‘ବିଗ୍ ବସ୍ OTT’ ପରି ରିଆଲିଟି ଶୋ ରେ ମଧ୍ୟ ଭାଗ ନେଇଥିଲେ । ତାଙ୍କୁ ‘MTV Splitsvilla’ ଶୋ ରେ ମଧ୍ୟ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *