ବଦ୍ରିନାଥରେ ମୋଦିଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମନ୍ତ୍ରୀ କେଦାରନାଥ ଓ ବଦ୍ରିନାଥ ଗସ୍ତ କାଳରେ ବଦ୍ରିନାଥରେ ପୂଜାର୍ଚ୍ଚନା ପରେ ମାଣା ଗାଁରେ ସଡକ ଓ ରୋପୱେ ପରିଯୋଜନାର ଶିଳାନ୍ୟାସ କରିଛନ୍ତି। ସେଠାରେ ନିଜ ସମ୍ବୋଧନରେ ମୋଦି କହିଛନ୍ତି, ଆଜି ବାବା କେଦାର ଓ ବଦ୍ରି ବିଶାଳଜୀଙ୍କ ଦର୍ଶନ କରି ମନ ପ୍ରସନ୍ନ ହୋଇଯାଇଛି। ଜୀବନ ଧନ୍ୟ ହୋଇଛି।

ମାଣା ଗାଁରେ ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି କି, ମାଣା ଗାଁ ଦେଶର ଅନ୍ତିମ ଗାଁ ଭାବେ ପରିଚିତ। କିନ୍ତୁ ମୋ ପାଇଁ ଦେଶର ସୀମାରେ ଅବସ୍ଥିତ ପ୍ରତିଟି ଗାଁ ପ୍ରଥମ ଗାଁ। ନିଜ ଐତିହ୍ୟକୁ ନେଇ ଗର୍ବ ଓ ବିକାଶ ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା ହେଉଛି ୨୧ ଶତାବ୍ଦୀର ବିକଶିତ ଭାରତ ନିର୍ମାଣର ଦୁଇ ପ୍ରମୁଖ ସ୍ତମ୍ଭ ବୋଲି ମୋଦି କହିଛନ୍ତି।

ପୂର୍ବରୁ ଦେଶ ବିକାଶରେ ଯେଉଁମାନଙ୍କ ଯୋଗଦାନକୁ ଗୁରୁତ୍ବ ଦିଆଯାଇ ନାହିଁ ଆମେ ତାକୁ ପ୍ରାଧାନ୍ୟ ଦେଉଛୁ। ସେମାନଙ୍କୁ ସାଙ୍ଗରେ ନେଇ ପ୍ରଗତିର ମହାନ ଲକ୍ଷ୍ୟ ଆଡକୁ ବଢିବାର ସଂକଳ୍ପ ନେଇଛୁ। ଯଦି ପୂର୍ବର ସରକାର ଥାନ୍ତା ତେବେ ଏପର୍ଯ୍ୟନ୍ତ ଟୀକା ପହଞ୍ଚି ପାରି ନଥାନ୍ତା। ହିମାଳୟର ପାହାଡ ପର୍ବତ ଉପରେ ରେଳଗାଡିର ଧ୍ବନି ଉତ୍ତରାଖଣ୍ଡ ବିକାଶର ନୂଆ ଗାଥା ଲେଖିବ। ଡେରାଡୁନ ବିମାନ ବନ୍ଦର ମଧ୍ୟ ଏବେ ନୂଆ ଅବତାରରେ ସେବା ଯୋଗାଇଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦି ତାଙ୍କ ଗସ୍ତ କାଳରେ ପୁଣି ପରାଧୀନତାର ମାନସିକତାରୁ ବାହାରିବାକୁ ଆହ୍ବାନ ଦେଇଛନ୍ତି। କାରଣ ଏହି ମାନସିକତା ଆମକୁ ଏମିତି ଜଡେଇ ଧରିଛି କି, ପ୍ରଗତିର କିଛି କାର୍ଯ୍ୟ କିଛି ଲୋକଙ୍କୁ ଅପରାଧ ମନେ ହେଉଛି। ଏମାନେ ବିଦେଶରେ ସେଠାକାର ସଂସ୍କୃତି ସହ ଜଡିତ ସ୍ଥାନର ପ୍ରଶଂସା କରୁଛନ୍ତି କିନ୍ତୁ ଭାରତରେ ସେପ୍ରକାର କାର୍ଯ୍ୟକୁ ହୀନ ଦୃଷ୍ଟିରେ ଦେଖୁଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *