ପ୍ରଥମ ରାଷ୍ଟ୍ରପତିଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି

Spread the love

ନୂଆଦିଲ୍ଲୀ: ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଜନ୍ମବାର୍ଷିକ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ରାଜେନ୍ଦ୍ର ପ୍ରସାଦଙ୍କୁ ରାଷ୍ଟ୍ରପତିଭବନରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ଉପରାଷ୍ଟ୍ରପତି ଜଗଦୀପ ଧନକର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ମଧ୍ୟ ପ୍ରଥମ ରାଷ୍ଟ୍ରପତିଙ୍କୁ ମନେପକାଇଛନ୍ତି। ଉପରାଷ୍ଟ୍ରପତି ଟ୍ବିଟ କରି ଦେଶର ପ୍ରଥମ ରାଷ୍ଟ୍ରପତିଙ୍କୁ ଆଧୁନିକ ଭାରତର ମୁଖ୍ୟ ପୁରୋଧା ଭାବେ ଅବିହିତ କରିବା ସହ ଆମ ଦେଶର ଲକ୍ଷ୍ୟ ଧାର୍ଯ୍ୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ। ସେ ତାଙ୍କ ସରଳ, ସାଧାରଣ, ଅଖଣ୍ଡତା, ଦୟାଭାବ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ଧନକର ଟ୍ବିଟରେ ଉଲ୍ଲେଖ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଡ ରାଜେନ୍ଦ୍ର ପ୍ରସାଦଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟକରି ଲେଖିଛନ୍ତି କି, ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଜଣେ ଯୋଗଜନ୍ମା ନେତା ଥିଲେ, ଯିଏ ଅସାଧାରଣ ସାହସ ଓ ବିଜ୍ଞତାସମ୍ପନ୍ନ ଥିଲେ। ଭାରତର ସଂସ୍କୃତିର ସେ ରୋପଣ କରିଥିବା ସହ ଦେଶର ପ୍ରଗତିରେ ତାଙ୍କ ଦୂରଦୃଷ୍ଟି ଥିବା କହିଛନ୍ତି ମୋଦି।

ଉଲ୍ଲେଖଯୋଗ୍ୟ, ଡକ୍ଟର ରାଜେନ୍ଦ୍ର ପ୍ରସାଦ ୧୮୮୪ ମସିହାରେ ବିବାରରେ ଜନ୍ମଗ୍ରହଣ କରିଥିଲେ। ଶିକ୍ଷା ଅଧ୍ୟୟନ ପରେ ସେ ଜଣେ ଓକିଲ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ସ୍ବାଧୀନତା ଆନ୍ଦୋଳନରେ ଭାଗ ନେଇଥିଲେ।

ଡକ୍ଟର ପ୍ରସାଦ ଜାତିର ପିତା ମହାତ୍ମାଗାନ୍ଧୀଙ୍କର ଜଣେ ଆଗଧାଡିର ଅନୁଗାମୀ ଥିଲେ। ୧୯୩୧ ଲବଣ ସତ୍ୟାଗ୍ରହ  କାଳରେ ଓ, ୧୯୪୨ ଭାରତ ଛାଡ ଆନ୍ଦୋଳନରେ ଭାଗ ନେଇ କାରାବରଣ ମଧ୍ୟ କରିଥିଲେ।

୧୯୬୯ରୁ ରାଜେନ୍ଦ୍ର ପ୍ରସାଦଙ୍କ ଜନ୍ମ ଜୟନ୍ତୀରେ ପ୍ରତିବର୍ଷ ଆଲ ଇଣ୍ଡିଆ ରେଡିଓ ପକ୍ଷରୁ ବାର୍ଷିକ ରାଜେନ୍ଦ୍ର ପ୍ରସାଦ ମେମୋରିଆଲ ଲେକ୍ଚରର ଉଦ୍‌ଘାଟ ହୋଇଆସୁଛି।

Leave a Reply

Your email address will not be published. Required fields are marked *