ଆଜି ଦେଶରେ ସ୍ଥିର, ନିର୍ଭୀକ ଓ ନିର୍ଣ୍ଣାୟକ ସରକାର ରହିଛି: ରାଷ୍ଟ୍ରପତି

Spread the love

ନୂଆଦିଲ୍ଲୀ: ମଙ୍ଗଳବାରଠୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସଂସଦରେ ନିଜ ଅଭିଭାଷଣରେ କହିଛନ୍ତି କି, ଆମେ ଏମିତି ଭାରତ ଗଢିବୁ, ଯେଉଁଠି ଗରିବୀ ରହିବ ନାହିଁ। ଆଜି ଦେଶରେ ସ୍ଥିର, ନିର୍ଭୀକ, ନିର୍ଣ୍ଣାୟକ ଓ ବଡ ସ୍ବପ୍ନ ସାକାର କରୁଥିବା ସରକାର ରହିଛି। ଅମୃତକାଳର ଏହି ୨୫ ବର୍ଷର କାଳଖଣ୍ଡ, ସ୍ବତନ୍ତ୍ରତା ସ୍ବର୍ଣ୍ଣିମ ଶତାବ୍ଦୀର ଓ ବିକଶିତ ରାଷ୍ଟ୍ର ନିର୍ମାଣର କାଳଖଣ୍ଡ।

ରାଷ୍ଟ୍ରପତି କହିଛନ୍ତି କି, ମୋର ସରକାରର ମତ ଭ୍ରଷ୍ଟାଚାର ଲୋକତନ୍ତ୍ର ଓ ସାମାଜିକ ନ୍ୟାୟର ସବୁଠାରୁ ବଡ ଶତ୍ରୁ। ତେଣୁ ବିଗତ ବର୍ଷଗୁଡିକରୁ ଭ୍ରଷ୍ଟାଚାର ବିରୁଦ୍ଧରେ ନିରନ୍ତର ଲଢେଇ କରି ଆସୁଛି। ବ୍ୟବସ୍ଥାରେ ସମ୍ମାନ ଆମର ଲକ୍ଷ୍ୟ। ପୂର୍ବରୁ ଟ୍ୟାକ୍ସ ରିଫଣ୍ଡ ପାଇଁ ଲମ୍ବା ଅପେକ୍ଷା କରିବାକୁ ପଡୁଥିଲା। ଆଜି ଆଇଟିଆର ଭିରବାର ମାତ୍ର କିଛି ଦିନରେ ରିଫଣ୍ଡ ମିଳୁଛି।  

ଜନଧନ ଆଧାର ମୋବାଇଲରୁ ନକଲି ଲାଭାର୍ଥୀଙ୍କୁ ହଟାଇବାଠାରୁ ୱାନ ନେସନ ୱାନ ରାସନ କାର୍ଡ ପର୍ଯ୍ୟନ୍ତ ଏକ ବହୁତ ବଡ ସ୍ଥାୟୀ ସୁଧାର ଆମେ କରିଛୁ। ବିଗତ ବର୍ଷଗୁଡିକରେ ଟିବିଟି ରୂପେ, ଡିଜିଟଲ ଇଣ୍ଡିଆ ରୂପେ, ଏକ ସ୍ଥାୟୀ ଓ ପାରଦର୍ଶୀ ବ୍ୟବସ୍ଥାକୁ ଦେଶ ପ୍ରସ୍ତୁତ କରିଛି। ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଦେଶର କୋଟି କୋଟି ଗରିବଙ୍କୁ ଆହୁରି ଗରିବ ହେବାରୁ ରକ୍ଷା କରାଯାଉଛି। ଏମାନଙ୍କ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାରୁ ରକ୍ଷା କରାଯାଇଛି।

ଜଳ ଜୀବନ ମିଶନ ଅନ୍ତର୍ଗତ ତିନି ବର୍ଷରେ ପ୍ରାୟ ୧୧ କୋଟି ପରିବାରଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯାଇଛି। ଏହାର ସବୁଠାରୁ ଅଧିକ ଲାଭ ଗରିବ ପରିବାର ସବୁକୁ ମିଳୁଛି। ମୋ ସରକାର ନିରପେକ୍ଷ ଭାବେ ପ୍ରତି ବର୍ଗ ପାଇଁ କାମ କରୁଛି। ବିଗତ କିଛି ବର୍ଷରେ ମୋର ସରକାରର ପ୍ରୟାସର ଫଳକି ଅନେକ ମୂଳ ସୁବିଧା ଆଜି ସତ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ଯାଇଛି ବା ଏହି ଲକ୍ଷ୍ୟର ବହୁତ ନିକଟତର ହୋଇଛି।

ସରକାରର ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାର ନୂଆ ପରିଯୋଜନା ଅନୁଯାୟୀ ଆଗକୁ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏହା ଏକ ସମ୍ବେଦନଶୀଳ ଓ ଗରିବ ହିତାକାଂକ୍ଷୀ ସରକାରର ପରିଚୟ। ମୋ ସରକାର ପ୍ରତ୍ୟେକ ସମାଜର ଇଛା ପୂରା କରୁଛି। ଯୁଗ ଯୁଗ ଧରି ଗରିବ, ଦଳିତ, ପଛୁଆ ହୋଇରହିଥିବା ଲୋକ ଓ ଆଦିବାସୀଙ୍କ ସ୍ବପ୍ନ ପୂରା କରିବାର ସାହସ ଦେଇଛି।

ମୋ ସରକାରର ପ୍ରାଥମିକତାରେ ଦେଶର ୧୧ କୋଟି ଛୋଟ କୃଷକ ଅଛନ୍ତି, ଏହି କୃଷକମାନେ ଦଶକ ଦଶକ ଧରି ସରକାରର ପ୍ରାଥମିକତାରୁ ବଞ୍ଚିତ ରହି ଆସିଥିଲେ। ଏବେ ସେମାନଙ୍କୁ ସଶକ୍ତ ଓ ସମୃଦ୍ଧ କରିବାକୁ ପ୍ରତ୍ୟେକ କ୍ଷେତ୍ରରେ ଚେଷ୍ଟା ଜାରି ରହିଛି। ମୋ ସରକାର ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟ ପଛୁଆ ବର୍ଗର ଆକାଂକ୍ଷାକୁ ଜାଗୃତ କରିଛି। ଏମାନେ ସେହି ବର୍ଗ ଯିଏ ବିକାଶର ଲାଭରୁ ସବୁଠାରୁ ଅଧିକ ବଞ୍ଚିତ ଥିଲେ। ଏବେ ଯେତେବେଳେ ଏହି ବର୍ଗ ମୂଳ ସୁବିଧା ପାଇଛନ୍ତି, ସେମାନେ ସ୍ବପ୍ନ ଦେଖିବାକୁ ସକ୍ଷମ ହୋଇପାରିଛନ୍ତି। ଆଦିବାସୀ ଗୌରବ ପାଇଁ ମଧ୍ୟ ମୋ ସରକାର ପକ୍ଷରୁ ଅଭୂତପୂର୍ବ ନିଷ୍ପତ୍ତି ନିଆଯାଇଛି ବୋଲି ରାଷ୍ଟ୍ରପତି ତାଙ୍କ ଭାଷଣରେ କହିଛନ୍ତି।।

Leave a Reply

Your email address will not be published. Required fields are marked *