ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଅଜମେର (ରାଜସ୍ଥାନ) ରେ ଏକ ମହାରାଲି ମାଧ୍ୟମରେ ସାରା ଦେଶରେ ଭାରତୀୟ ଜନତା ପାର୍ଟିର ଜନସମ୍ପର୍କ ଅଭିଯାନ ଆରମ୍ଭ କରିବେ । ମେ ୩୦ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ବିଜେପି ଏହି ଅଭିଯାନ ଚଳାଇବ । କେନ୍ଦ୍ରରେ ମୋଦୀ ସରକାରଙ୍କ ନଅ ବର୍ଷ ପୂରଣ ଅବସରରେ ଏହି ଅଭିଯାନ ଚାଲିଛି । ଦଳ କହିଛି ଯେ ସରକାରଙ୍କ ସଫଳତା ଜନସମ୍ପର୍କ ମାଧ୍ୟମରେ ଲୋକଙ୍କ ନିକଟରେ ପହଂଚାଯିବ ଏବଂ ସେମାନଙ୍କଠାରୁ ସମର୍ଥନ ଲୋଡ଼ାଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାରି ବର୍ଷ ପୂର୍ବେ ମେ ୩୦ ରେ ଦିତିୟଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ନଅ ବର୍ଷର ସଫଳତାକୁ ଆଲୋକିତ କରିବାକୁ ଦଳ ଏକ ୱେବସାଇଟ୍ ଲଂଚ କରିଛି । ସମର୍ଥନ ପାଇବାକୁ ପାର୍ଟି ଏକ ମୋବାଇଲ୍ ନମ୍ବର ମଧ୍ୟ ପ୍ରକାଶ କରିଛି ଯେଉଁଥିରେ ମିସ୍ କଲ ଦିଆଯାଇପାରିବ ।
ଜନସମ୍ପର୍କ ଅଭିଯାନ ବିଷୟରେ ସୂଚନା ପ୍ରଦାନ କରି ଦଳର ସାଧାରଣ ସମ୍ପାଦକ ତରୁଣ ଚୁଗ କହିଛନ୍ତି ଯେ ଏକ ମାସ ମଧ୍ୟରେ ଦଳ ୫୧ ମହାରାଲିର ଆୟୋଜନ କରିବ । ସେମାନଙ୍କୁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ପରିବହନ ମନ୍ତ୍ରୀ ଏବଂ ଅନ୍ୟାନ୍ୟ ବଡ଼ ନେତାମାନେ ସମ୍ବୋଧିତ କରିବେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now