ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନକୁ ରାଷ୍ଟ୍ରକୁ କଲେ ସମର୍ପିତ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ନୂତନ ଭବ୍ୟ ସଂସଦ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହା ପୂର୍ବରୁ ବୈଦିକ ମନ୍ତ୍ରୋଚ୍ଚାର ମଧ୍ୟରେ ସେ ନୂଆ ସଂସଦ ଭବନରେ ସଂଗୋଲକୁ ସ୍ଥାପିତ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ଭବନ ନିର୍ମାଣରେ ଯୋଗଦାନ ଦେଉଥିବା ଶ୍ରମଜୀବୀ ମାନଙ୍କୁ ସମ୍ମାନିତ କରିଥିଲେ ।

ପ୍ରଧାନମନ୍ତ୍ରୀ ସକାଳୁ ସକାଳୁ ରାଇସିନା ହିଲ୍ସ ସ୍ଥିତ ସଂସଦ ଭବନ ପହଂଚିଥିଲେ ଓ ସେଠାରେ ସର୍ବପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମାରେ ପୂଷ୍ପାଂଜଳି ଦେଇଥିଲେ । ନୂଆ ସଂସଦ ଭବନରେ ପୂଜା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍ପତି ଓମ ବିରଲାଙ୍କ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଭାଗ ନେଇଥିଲେ । ନବ ନିର୍ମିତ ସଂସଦ ଭବନର ଲୋକାର୍ପଣ ଅବସରରେ ତାମିଲନାଡୁରୁ ଆସିଥିବା ଆଦିନାମ ସନ୍ଥ ମାନଙ୍କ ଠାରୁ ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ଗ୍ରହଣ କରିଥିଲେ । ଏହା ପରେ ସେ ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ସେଙ୍ଗୋଲକୁ ସ୍ଥାପନା କରିଥିଲେ । ସେଙ୍ଗୋଲର ସ୍ଥାପନା ପରେ ସେ ବିଧିବଦ୍ଧ ଭାବେ ପଟିକାକୁ ଅନାବରଣ କରି ଲୋକସଭା ବାଚସ୍ପତି ଓମ ବିରଲାଙ୍କ ସହିତ ସଂସଦ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଏହା ପରେ ସେ ଶ୍ରମଜୀବୀ ମାନଙ୍କୁ ସମ୍ମାନିତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ନୂଆ ସଂସଦ ଭବନରେ ଆୟୋଜି ସର୍ବ ଧର୍ମ ପ୍ରାର୍ଥନା ସମାରୋହରେ ମଧ୍ୟ ଭାଗ ନେଇଥିଲେ । ପ୍ରଧାନମନ୍ତ୍ରୀ ସେଙ୍ଗୋଲ ସ୍ଥାପନା କରିବା ପୂର୍ବରୁ ତାକୁ ସାଷ୍ଟାଙ୍ଗ ଦଣ୍ଡବତ ପ୍ରଣାମ କରିଥିଲେ ।

Leave a Reply

Your email address will not be published. Required fields are marked *