ଅଷ୍ଟ୍ରେଲିଆର ସିଡନୀରେ ପ୍ରବାସୀ ଭାରତୀୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

Spread the love

ନୂଆଦିଲ୍ଲୀ, ସିଡନି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ମହାମହିମ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସଙ୍କ ସହ ସିଡନୀର କୁଡୋସ ବ୍ୟାଙ୍କ ଅଞ୍ଚଳରେ ୨୩ ମେ’୨୦୨୩ ଦିନ ଏକ ବିଶାଳ ଭାରତୀୟ ଗୋଷ୍ଠୀର ସଦସ୍ୟଙ୍କୁ ଉଦବୋଧନ ଦେବା ସହ ମତ ବିନିମୟ କରିଛନ୍ତି ।

ବିଦ୍ୟାର୍ଥୀ, ଗବେଷକ, ବିଭିନ୍ନ ପେଶାଦାର ଗୋଷ୍ଠୀ ଓ ବ୍ୟବସାୟୀଙ୍କୁ ନେଇ ଗଠିତ ପ୍ରବାସୀ ଭାରତୀୟଙ୍କ ଏହି ମତ ବିନିମୟରେ ସମସ୍ତେ ବିପୁଳ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଅଷ୍ଟ୍ରେଲୀୟ ମନ୍ତ୍ରୀ, ସାଂସଦ ସଦସ୍ୟ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଅବସରରେ ମଧ୍ୟ ଉପସ୍ଥିତ ଥିଲେ ।

ଅନେକ ଭାରତୀୟ ବସବାସ କରୁଥିବା ପଶ୍ଚିମ ସିଡନୀର ପାରାମାଟାର ହ୍ୟାରିସ ପାର୍କରେ ନିର୍ମିତ ‘ଲିଟିଲ ଇଣ୍ଡିଆ ପ୍ରବେଶ ଦ୍ୱାର’ର ନିର୍ମାଣ ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ‘ପାରସ୍ପରିକ ଆସ୍ଥା ଓ ସମ୍ମାନ’ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଐତିହାସିକ ନିବିଡ଼ ସମ୍ପର୍କର ମୂଳପିଣ୍ଡ ବୋଲି କହିଥିଲେ । ଅଷ୍ଟ୍ରେଲିଆରେ ଭାରତୀୟମାନଙ୍କ ସଫଳତା ଓ ଅବଦାନକୁ ସେ ପ୍ରଶଂସା କରିବା ସହ ସେମାନେ ଭାରତର ସାଂସ୍କୃତିକ ରାଷ୍ଟ୍ରଦୂତ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରରେ ଭାରତର କ୍ରମବର୍ଦ୍ଧିଷ୍ଣୁ ସଫଳତା ଉପରେ ରେଖାପାତ କରିବା ସହ ଭାରତର ସଫଳତାର କାହାଣୀ ନେଇ ସାରା ପୃଥିବୀ ଜାଣିବାକୁ ଇଚ୍ଛୁକ ବୋଲି ସେ କହିଥିଲେ । ସେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କର ଗଭୀରତା ଉପରେ ଆଲୋକପାତ କରିବା ସହ ବ୍ରିସବେନରେ ଭାରତ ଭାରତୀୟ ବାଣିଜ୍ୟ ଦୂତାବାସ ଖୋଲିବ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *