ଅବିଭାଗିକୃତଓଡ଼ିଶାପୁରୀ

PURI FIRE….PKG….7PM

() ଅଗ୍ନିଶମ ବିଭାଗର ଶତ ଚେଷ୍ଟା ପରେ ବି ଆୟତ୍ତ ହୋଇପାରୁନି ନିଆଁ । ଭିତରେ ଦୋକାନ ପରେ ଦୋକାନ ଜଳୁଥିବା ବେଳେ ସଟର କାଟି ନିଆଁ ଲିଭାଇବା ପାଇଁ ଉଦ୍ୟମ କରାଯାଉଛି । ତେବେ ଭିତରକୁ ଯାଆସ କରିବାକୁ ମାତ୍ର ଗୋଟିଏ ରାସ୍ତା ଥିବାରୁ ନିଆଁ ଲିଭା କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଜଣାପଡିଛି । ପୁରୀ ସମ୍ରାଟ କଂପ୍ଳେକ୍ସ ଅଗ୍ନିକାଣ୍ଡକୁ ପାଖାପାଖି ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ନିଆଁକୁ ସଂପୂର୍ଣ ଭାବେ ଆୟତ୍ତ କରାଯାଇ ପାରିନାହିଁ ।

ଅଣାୟତ ଲକ୍ଷ୍ମୀ ମାର୍କେଟ ନିଆଁ ବୁଧବାର ରାତି ୮ଟାରୁ ଲାଗିଥିବା ନିଆଁ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ ଆୟତ୍ତ ହୋଇ ପାରିନାହିଁପୁରୀରେ ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ରହିଛି ଅପରେସନ ଅଣଓସରିଆ ରାସ୍ତା ଯୋଗୁଁ ନିଆଁ ଲିଭା କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଲକ୍ଷ୍ମୀ ମାର୍କେଟ ଜଳି ପୋଡି ପାଉଁଶ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଖପାଖ ଅଂଚଳରେ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ରହିଛି। ଭିତର ବନ୍ଦ ରହିଥିବା କୋଠରୀର ସାମଗ୍ରୀରେ ନିଆଁ ଏଯାବତ କୁହୁଳୁଥିବାର ଜଣାପଡୁଛି ଏବଂ ଉତ୍ତାପର ପରିମାଣ ଏତେ ଅଧିକା ରହିଛି ଦୋକାନର ସଟର କିଛି ମାତ୍ରାରେ ତରଳିବାରେ ଲାଗୁଛି । କିଛି କାଚ ମଧ୍ୟ ନିଆଁ ପ୍ରଭାବରୁ ଫାଟୁଥିବା ଜଣାପଡୁଛି । ଭିତରେ ଦୋକାନ ପରେ ଦୋକାନ ଜଳୁଥିବା ବେଳେ ସଟର କାଟି ନିଆଁ ଲିଭାଇବା ପାଇଁ ଉଦ୍ୟମ କରାଯାଉଛି । ସେପଟେ ଅଗ୍ନିଶମ ବିଭାଗର ଡେପୁଟି ଫାୟାର ଅଫିସର  ଏବଂ ପୁରା ଫାୟାର ଟିମ ନିଆଁ ଲିଭାଇବାରେ ଲାଗିପଡିଛନ୍ତି । ଅନ୍ୟପଟେ ଭିତରେ ଗୋଟିଏ  ବ୍ୟାଙ୍କର ଶାଖା ରହିଥିବାରୁ ଏବେ ସେଠି କୌଣସି କ୍ଷତି ହୋଇଛି କି ନାହିଁ ସେନେଇ ମଧ୍ୟ ସ୍ପଷ୍ଟ ସୂଚନା ମିଳିପାରି ନାହଁ । ହୋଟେଲ ସମ୍ରାଟ ତଳେ 40ଟି ଦୋକାନ ଘର ଥିବାବେଳେ ୨୮ ଟି ଗେଷ୍ଟ ରୁମ ରହିଥିଲା l ତଳେ ଏକ କପଡା ଦୋକାନରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି l ନିଆଁ ଲାଗିବା ଯୋଗୁଁ ଉପର ଗେଷ୍ଟ ହାଉସ ଧୂଆଁ ହୋଇଯାଇଥିଲା l ଫଳରେ 3ଜଣ ପର୍ଯ୍ୟଟକ ଶ୍ୱାସ ରୁଦ୍ଧ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି l ଘଟଣାସ୍ଥଳରେ ପୁରୀ ଏସପି ଙ୍କ ସମେତ  ଅଗ୍ନିଶମ ଡିଜି ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି।

ସେପଟେ  ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ଅଧିକାରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଏଡିଏମ ଉପସ୍ଥିତ ରହି ତଦାରଖ କରୁଛନ୍ତି l ଖୁବକମ ସମୟରେ ପ୍ରକୃତ କ୍ଷୟକ୍ଷତିର  ରିପୋର୍ଟ ଆସିଯିବ ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ  l

ତେବେ ଅଗ୍ନିକାଣ୍ଡକୁ ପାଖାପାଖି ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ନିଆଁକୁ ସଂପୂର୍ଣ ଭାବେ ଆୟତ୍ତ କରାଯାଇ ନଥିବାରୁ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ନିଆଁ ଲିଭାଇବାକୁ କିଛି ମହିଳା ପୂଜାର୍ଚ୍ଚନା ମଧ୍ୟ କରୁଥିବା ଦେଖବାକୁ ମିଳିଛି

 ଶିବପ୍ରସାଦ ଦାସଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button