ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ବ୍ଲାଡିମିର ପୁତିନ ଓ ଚୀନ ରାଷ୍ଟ୍ରପତି ସି ଜିନପିଂଙ୍କ ମଧ୍ୟରେ ଖୁବ ଶୀଘ୍ର ଭେଟଘାଟ। ଆସନ୍ତା ସପ୍ତାହରେ ଏହି ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହେବାକୁ ଯାଉଛି। ଚୀନରେ ଅବସ୍ଥାପିତ ଋଷ ରାଷ୍ଟ୍ରଦୂତ ଏଣ୍ଡ୍ରି ଡେନିସୋବ ଏନେଇ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ପୁତିନ ଓ ଜିନପିଙ୍ଗ ୧୫-୧୬ ସେପ୍ଟେମ୍ବରକୁ ଉଜ୍ବିକିସ୍ତାନର ସମରକନ୍ଦରେ ସାକ୍ଷାତ କରିବେ। ସେଠାରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀର ଆୟୋଜନ କରାଯାଉଛି। ଏହି ସମୟରେ ଉଭୟଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଦୁଇ ନେତାଙ୍କ ଶେଷ ସାକ୍ଷାତ ଫେବୃଆରୀରେ ବେଜିଂରେ ହୋଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now