ରାହୁଲ ବୈଦ୍ୟ ଓ ଦିଶା ପରମାର ପ୍ଲେନରେ କଲେ ଏମିତି

Spread the love

ବିଗ ବସ୍‌ ରେ ଖ୍ୟାତି ପାଇଥିବା ରାହୁଲ ବୈଦ୍ୟ ଓ ଦିଶା ପରମାରଙ୍କ ବିବାହକୁ ଏକ ବର୍ଷ ପୂରଣ ହୋଇଛି। ଉଭୟ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ଲଣ୍ଡରେ ପହଞ୍ଚିଛନ୍ତି। ଉଭୟ ସୋସିଆଲ ମିଡିରେ ସକ୍ରିୟ ରହିଥାନ୍ତି। ଏବଂ ଫ୍ୟାନ୍ସମାନଙ୍କ ସହିତ ସେମାନଙ୍କର ଫଟୋ ସେୟାର କରିଥାନ୍ତି। ଫ୍ୟାନ୍ସମାନଙ୍କୁ ମଧ୍ୟ ଏହି ଦମ୍ପତ୍ତିଙ୍କର ରୋମାଣ୍ଟିକ ଅନ୍ଦାଜଙ୍କୁ ବେସ ପସନ୍ଦ କରିଥାନ୍ତି। ନିକଟରେ ରାହୁଲ ତାଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରେ ଦିଶାଙ୍କ ସହ ତାଙ୍କର ଫଟୋ ସେୟାର କରିଛନ୍ତି। ଯେଉଁଥିପାଇଁ ଉଭୟ ଏବେ ହେଡଲାଇନରେ ଅଛନ୍ତି।

ରାହୁଲ ଏବଂ ଦିଶାଙ୍କ ସେୟାର ହୋଇଥିବା ଫଟୋରେ ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସ୍ପଷ୍ଟଭାବରେ ଦେଖିବାକୁ ମିଳୁଛି। ଏହି ଫଟୋରେ ଉଭୟ ପ୍ଲେନରେ ଲିପ୍ କିସ କରୁଥିବାର ନଜର ଆସିଛନ୍ତି। ରାହୁଲ ତାଙ୍କର ପ୍ରଥମ ବିବାହ ବାର୍ଷିକୀ ଅବସରରେ ଏହି ଫଟୋ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଏହା ସହ ତାଙ୍କ ପତ୍ନୀଙ୍କ ପାଇଁ ଏକ ସୁନ୍ଦର ନୋଟ୍ ମଧ୍ୟ ଲେଖିଛନ୍ତି। 

ଏହି ପୋଷ୍ଟରେ ନିଜ ମନର କଥା କହି ରାହୁଲ ବୈଦ୍ୟ ଲେଖିଛନ୍ତି ଯେ, ପ୍ରଥମ ବିବାହ ବାର୍ଷିକୀ ଶୁଭେଚ୍ଛା ମାଇଁ ଲଭ୍‌, ଏକ ବର୍ଷ କେତେ ଜଲଦି ବିତିଗଲା ତାହା ଜଣା ପଡିଲା ନାହିଁ। ତୁମକୁ ମୋ ଜୀବନ ସାଥୀ ରୂପେ ପାଇ ମୁଁ ନିଜକୁ ବହୁତ ଭାଗ୍ୟମାନ ମନେ କରେ। ଆଗାମୀ ୭ ଜନ୍ମ ପାଇଁ ମଧ୍ୟ ମୁଁ ତୁମକୁ ମାଗୁଛି। ତୁମର ଇନର ବ୍ୟୁଟି ହେତୁ ମୁଁ ପ୍ରତିଦିନ ଚମକୁଛି। ଆଇ ଲଭ ୟୁ ୱାଇଫ୍।  

ଏହି ପୋଷ୍ଟ ଭାଇରାଲ ହେବାପରେ ଫ୍ୟାନ୍ସମାନଙ୍କ ପ୍ରିତିକ୍ରିୟା ଆସିବା ଆରମ୍ଭ ହୋଇସାରିଛି। ଏହି ଫଟୋ ଉପରେ ଲୋକମାନେ ବହୁ କମେଣ୍ଟ ମଧ୍ୟ କରିଛନ୍ତି। ଫ୍ୟନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏବଂ କହିଛନ୍ତି ଭଗବାନ ତୁମକୁ ସବୁବେଳେ ଆର୍ଶୀବାଦ କରନ୍ତୁ। ଏହା ସହ ଫ୍ୟାନ୍ସମାନେ ହୃଦୟ ଇମୋଜି ପଠାଇଛନ୍ତି।

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *