ସର୍ବ ସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ

Spread the love

ନୂଆଦିଲ୍ଲୀ: ଡିସେମ୍ବରରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ। ଡିସେମ୍ବର ୧ରୁ ସର୍ବ ସାଧାରଣ ପାଇଁ ରାଷ୍ଟ୍ରପତି ଭବନ ସପ୍ତାହର ୫ଦିନ ଖୋଲା ରହିବ। ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର ଏବଂ ରବିବାର ରାଷ୍ଟ୍ରପତି ଭବନ ବୁଲିପାରିବେ। ସକାଳ ୧୦ରୁ ୧୧ଟା, ୧୧ରୁ ୧୨ଟା, ୧୨ରୁ ୧ଟା ଏବଂ ୨ରୁ ୩ଟା ଏହି ପରି ଚାରିଟି ପର୍ଯ୍ୟାୟରେ ରାଷ୍ଟ୍ରପତି ଭବନ ବୁଲିବାର ସୁଯୋଗ ପାଇବେ ସାଧାରଣ ଜନତା।

ରାଷ୍ଟ୍ରପତି ଭବନ ବ୍ୟତୀତ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ପରିସରକୁ ଯିବାକୁ ଅମୁମତି ରହିଛି। ଏହାସହ ଶନିବାର ସକାଳ ୮ଟାରୁ ୯ଟା ଚେଞ୍ଜ ଅଫ୍ ଗାର୍ଡ ସମାରୋହର ପ୍ରତ୍ୟକ୍ଷଦର୍ଶୀ ହେବାର ସୁଯୋଗ ପାଇବେ ଜନତା। ଏନେଇ ୱେବସାଇଟରେ ଅନଲାଇନ ବୁକିଂ ମଧ୍ୟ କରିପାରିବେ।

ତେବେ ୩ଟି ସ୍ଥାନ ଦେଖିବାକୁ ଅନୁମତି ରହିଛି। ଦର୍ଶକ ପ୍ରଥମ ସର୍କିଟରେ ଅଶୋକ ହଲ୍, ଦରବାର ହଲ୍, ଲାଇବ୍ରେରୀ, ଡ୍ରଇଂ ରୁମ ଆଦି ଦେଖିପାରିବେ। ଦ୍ୱିତୀୟ ସର୍କିଟରେ ମ୍ୟୁଜିୟମ ଏବଂ ତୃତୀୟ ସର୍କିଟରେ ମୋଗଲ ଗାର୍ଡେନ ବୁଲିପାରିବେ।  

Leave a Reply

Your email address will not be published. Required fields are marked *