ତିନି ମାସ ପରେ ବାହାର ଦୁନିଆ ଦେଖିବେ ସଂଜୟ ରାଉତ

Spread the love

ମୁମ୍ବାଇ: ଶିବସେନା ନେତା ସଂଜୟ ରାଉତ ତିନି ମାସ ପରେ ଦେଖିବେ ବାହାର ଦୁନିଆ। ବୁଧବାର ତାଙ୍କୁ କୋର୍ଟ ମନି ଲେଣ୍ଡରିଂ ମାମଲାରେ ପ୍ରଦାନ କରିଛନ୍ତି ଜାମିନ। ଅଗଷ୍ଟ ୧ ତାରିଖରେ ତାଙ୍କୁ ଇଡି ଗିରଫ କରିଥିଲା। ସେ ତିନି ମାସ ହେବ ଜେଲରେ ରହିଆସୁଥିଲେ।

ଶିବସେନା ଏମପି ସଂଜୟ ରାଉତଙ୍କ ଜାମିନ ଆବେଦନ ଉପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କା ମୁଚାଲିକାରେ ଏହି ଜାମିନ ପ୍ରଦାନ କରାଯାଇଛି।  କୋର୍ଟ ଜାମିନ ପ୍ରଦାନ କରିବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରି। କୋର୍ଟଙ୍କ ଜାମିନ ରାୟ ପରେ ସମର୍ଥକ ତାଳି ମାରି ଏହାକୁ ସ୍ବାଗତ କରିଥିଲେ। ଅକ୍ଟୋବର ୨୧ରେ ଜାମିନ ଯାଚିକା ଉପରେ ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ।

କୋର୍ଟଙ୍କ ସମ୍ମୁଖରେ ଇଡି ଜଣାଇଥିଲା କି, ଇଡି କୋର୍ଟରେ ଦାବି କରିଥିଲା କି ସଂଜୟଙ୍କ ଅପରାଧିକ ଉପାର୍ଜନରୁ ୩.୨୭ କୋଟି ଟଙ୍କା ପ୍ରାପ୍ତ ହୋଇଛି।  ସଂଜୟଙ୍କ ବିରୋଧରେ ଗୋରେଗାଁଓ ଅଞ୍ଚଳର ପାତ୍ର ଚୋଲ ପୁନର୍ବିକାଶରେ ବ୍ୟାପକ ଅର୍ଥ ହେରଫେର ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ରାଜ୍ୟସଭା ସାଂସଦ ସଞ୍ଜୟଙ୍କୁ ଇଡି ଗିରଫ କରିଥିଲା। ଏବେ ସେ ମଧ୍ୟ ମୁମ୍ବାଇର ଆର୍ଥର ରୋଡ ଜେଲରେ ରହିଛନ୍ତି।

ପାତ୍ର ଚୋଲ ନାମରେ ଜଣାଶୁଣା ସିଦ୍ଧାର୍ଥ ନଗର ଉପନଗରୀୟ ଗୋରେଗାଁଓରେ ୪୭ ଏକର ଜମିରେ ହୋଇଥିଲା ଓ ଏଥିରେ ୬୭୨ ପରିବାର ଅଛନ୍ତି।

Leave a Reply

Your email address will not be published. Required fields are marked *