ଶଙ୍କରାଚାର୍ଯ୍ୟ ସ୍ବରୂପାନନ୍ଦଙ୍କ ଉତ୍ତରାଧିକାରୀ ଘୋଷିତ

Spread the love

ଦ୍ବାରକା: ଦ୍ବାରକାର ପୀଠର ଶଙ୍କରାଚାର୍ଯ୍ୟ ସ୍ବରୂପାନନ୍ଦ ସରସ୍ବତୀଙ୍କ ଉତ୍ତରାଧିକାରୀ ନାମ ଘୋଷଣା କରାଯାଇଛି। ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦଙ୍କୁ ଜ୍ୟୋତିଷପୀଠ ବଦ୍ରୀନାଥର ଶଙ୍କରାଚାର୍ଯ୍ୟ ଘୋଷଣା କରାଯାଇଥିବା ବେଳେ ସ୍ବାମୀ ସଦାନନ୍ଦଙ୍କୁ ଶାରଦା ପୀଠର ମୁଖ୍ୟ କରାଯାଇଛି। ଉଭୟଙ୍କ ନାମ ଘୋଷଣା ହୋଇଛି ଶଙ୍କରାଚାର୍ଯ୍ୟଙ୍କ ପାର୍ଥିବ ଶରୀର ନିକଟରେ। ଏହାର ଘୋଷଣା କରିଛନ୍ତି ଶଙ୍କରାଚାର୍ଯ୍ୟଙ୍କ ବ୍ୟକ୍ତିଗତ ସଚିବ ସୁବୋଦ୍ଧାନନ୍ଦ ମହାରାଜ।

ଦ୍ବାରକା ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିଧନ ରବିବାର ହୋଇଥିଲା। ମଧ୍ୟପ୍ରଦେଶର ନରସିଂହପୁରରେ ଶଙ୍କରାଚାର୍ଯ୍ୟ ୯୯ ବର୍ଷ ବୟସରେ ତାଙ୍କ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ସେ ଉଭୟ ଶାରଦା ପୀଠ ଓ ଜ୍ୟୋତିଷପୀଠର ଶଙ୍କରାଚାର୍ଯ୍ୟ ଥିଲେ ଓ ଦେହତ୍ୟାଗ ପୂର୍ବରୁ ପ୍ରାୟ ଏକ ବର୍ଷରୁ ସେ ଅସୁସ୍ଥ ରହି ଆସୁଥିଲେ।

ସ୍ବାମୀ ସ୍ବରୂପାନନ୍ଦଙ୍କ ଜନ୍ମ ୧୯୨୪ ସେପ୍ଟେମ୍ବର ୨ ତାରିଖରେ ହୋଇଥିଲା। ସେ ମଧ୍ୟପ୍ରଦେଶର ସିଭନୀ ଜିଲ୍ଲାର ଦିଘୋରୀ ଗାଁରେ ଜନ୍ମଗ୍ରହଣ କରିଥିଲେ।  ତାଙ୍କ ପୂର୍ବନାମ ଥିଲା ପୋଥିରାମ ଉପାଧ୍ୟାୟ। ସେ ନ ବର୍ଷ ବୟସରେ ଘର ଛାଡି ଧର୍ମ  ଯାତ୍ରାରେ ବାହାରି ଯାଇଥିଲେ। ଏହି ସମୟରେ ସେ ଦେଶର ସ୍ବାଧୀନତା ସଂଗ୍ରାମରେ ମଧ୍ୟ ଅଂଶଗ୍ରହଣ କରି ଜେଲ ଭୋଗିଥିଲେ। ତେବେ ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଥିବାରୁ ୧୯ ବର୍ଷ ବୟସରେ ସେ କ୍ରାନ୍ତିକାରୀ ସାଧୁ ଭାବେ ପରିଚୟ ଲାଭ କରିଥିଲେ। ୧୯୮୧ରେ ସେ ଶଙ୍କରାଚାର୍ଯ୍ୟ ହୋଇଥିଲେ।

Leave a Reply

Your email address will not be published. Required fields are marked *