ଶଙ୍କରଙ୍କ ଜାମିନ ମାମଲାର ରାୟ ସଂରକ୍ଷିତ

Spread the love

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ଗିରଫ ଶଙ୍କର ମିଶ୍ରାଙ୍କ ଜାମିନ ଆବେଦନ ଉପରେ ବୁଧବାର  ଦିଲ୍ଲୀର ଏକ କୋର୍ଟ ଶୁଣାଣି କରିଛନ୍ତି। ମହାନଗର ନିଗମ ମାଜିଷ୍ଟ୍ରେଟ କୋମଲ ଗର୍ଗ ରାୟ ସଂରକ୍ଷିତ ରଖିଛନ୍ତି।

ଶଙ୍କର ଗତ ନଭେମ୍ବର  ମାସରେ ଏୟାର ଇଣ୍ଡିଆ ବିମାନର ବିଜିନେସ କ୍ଲାସରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିଲେ । ନିଶାଗ୍ରସ୍ତ ସ୍ଥିତିରେ ଜଣେ ବୃଦ୍ଧା ମହିଳାଙ୍କ ଉପରେ ପରିସ୍ରା କରିଦେଇଥିଲେ। ଏହାକୁ ନେଇ ଡିଜିସିଏ ପକ୍ଷରୁ ଏୟାର ଇଣ୍ଡିଆକୁ ନୋଟିସ କରାଯାଇଥିଲା।

ପ୍ରାରମ୍ଭିକ ଅବସ୍ଥାରେ  ଶଙ୍କରଙ୍କ ଉପରେ ୩୦ ଦିନର ବ୍ୟାନ୍‌ ଲଗାଯାଇଥିଲା। ପରେ ଦିଲ୍ଲୀର ପାଲମ ପୋଲିସ ଷ୍ଟେଶନରେ ମାମଲା ରୁଜୁ କରାଯାଇଥିଲା। ଏହା ପରେ ଶଙ୍କର ଫେରାର ହୋଇଯାଇଥିଲେ। ତାଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ ଜାରି ହୋଇଥିଲା।  କୌଣସି ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଦିଲ୍ଲୀ ପୁଲିସ ତାଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଥିଲା।

ଶଙ୍କରକୁ ଦିଲ୍ଲୀ ପୁଲିସ ତରଫରୁ ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ଅଭିଯୁକ୍ତକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ସେପଟେ ଏୟାର ଇଣ୍ଡିଆ ଏସମ୍ବନ୍ଧରେ ସବୁ ତଥ୍ୟ ସାର୍ବଜନୀନ କରିବା ପରେ ସେ କାମ କରୁଥିବା ୱେଲ୍ସ ଫାର୍ଗୋ କମ୍ପାନୀ ତାଙ୍କୁ ବହିଷ୍କାର କରିଦେଇଛି।

Leave a Reply

Your email address will not be published. Required fields are marked *