ଧାର୍ମିକ ନାମ ଓ ପ୍ରତୀକ ବ୍ୟବହାରକାରୀ ଦଳ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

Spread the love

ନୂଆଦିଲ୍ଲୀ: ଧାର୍ମିକ ନାମ ଓ ପ୍ରତୀକ ଥିବା ନିର୍ବାଚନ ଚିହ୍ନକୁ ବ୍ୟବହାର କରୁଥିବା ରାଜନୈତିକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି ସୁପ୍ରିମ କୋର୍ଟ। ଏସମ୍ବନ୍ଧରେ ଦାୟର ଏକ ଯାଚିକାର ଶୁଣାଣି ପାଇଁ ସୁପ୍ରିମ କୋର୍ଟ ଗ୍ରହଣ କରିଛନ୍ତି। ଏହାକୁ ନେଇ ସୋମବାର ହୋଇଥିବା ଶୁଣାଣି କାଳରେ କୋର୍ଟ କେନ୍ଦ୍ର ଓ ନିର୍ବାଚନ ଆୟୋଗକୁ ନୋଟିସ ଜାରି କରି ତାଙ୍କଠାରୁ ଚାରି ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି। ଏବେ ଏହି ମାମଲାରେ ଆଗାମୀ ଶୁଣାଣି ଅକ୍ଟୋବର ୧୮କୁ ହେବ।

ଧର୍ମ ପରିବର୍ତ୍ତନ କରି ସୟଦ ବସିବ ରିଜବିରୁ ଜିତେନ୍ଦ୍ର ନାରାୟଣ ତ୍ୟାଗୀ ହୋଇଥିବା ବ୍ୟକ୍ତିଙ୍କ ଯାଚିକା ଉପରେ ସୁପ୍ରିମ କୋର୍ଟ ଏହି ନୋଟିସ କରିଛନ୍ତି। ଯାଚିକାରେ କୁହାଯାଇଛି କି, ଧାର୍ମିକ ନାମ ବା ଚିହ୍ନର ବ୍ୟବହାର କରୁଥିବା ରାଜନୈତିକ ଦଳଗୁଡିକ ଉପରେ ପ୍ରତିବନ୍ଧକ ଲଗାଯିବ। ସୁପ୍ରିମ କୋର୍ଟ ଏହି ମାମଲାରେ ଯାଚିକାକର୍ତ୍ତାଙ୍କୁ ରାଜନୈତିକ ଦଳକୁ ମଧ୍ୟ ପକ୍ଷଭୁକ୍ତ କରିବାକୁ ଅନୁମତି ଦେଇଛନ୍ତି।

ଯାଚିକାକର୍ତ୍ତାଙ୍କ ପକ୍ଷରୁ ବରିଷ୍ଠ ଓକିଲ ଗୌରବ ଭାଟିଆ ପ୍ରଶ୍ନ କରିଛନ୍ତି କି, କଣ ରାଜନୈତିକ ଦଳ ଧାର୍ମିକ ନାମର ବ୍ୟବହାର କରି ପାରିବେ? ଗୌରବ ଭାଟିଆ କହିଛନ୍ତି କି, ରାଜନୈତିକ ପାର୍ଟିଗୁଡିକ ଧାର୍ମିକ ନାମ ଓ ଚିହ୍ନ ବ୍ୟବହାର କରୁଛନ୍ତି। ଏମାନଙ୍କର ପତାକା ଓ ପ୍ରତୀକରେ ଏସବୁ ଦେଖିବାକୁ ମିଳୁଛି। ଏହା ଆଇନ ବିରୋଧି। ଏହା ସିଧା ସିଧା ମଣ୍ଡଳ କୋଡ ଅଫ କଣ୍ଡକ୍ଟର ଉଲ୍ଲଙ୍ଘନ।

Leave a Reply

Your email address will not be published. Required fields are marked *