ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ଉପରେ ଆପ ନେତା ତଥା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଚ୍ୟାଲେଞ୍ଜ ଯାଚକା ଉପରେ ସୁପ୍ରିମ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିକୁ ନୋଟିସ କରିଛନ୍ତି। ତାଙ୍କ ବିରୋଧରେ ଚାଲିଥିବା ମନି ଲେଣ୍ଡରିଂ ମାମଲାକୁ ଅନ୍ୟ ଅଦାଲତକୁ ସ୍ଥାନାନ୍ତର କରିବା ନିମ୍ନ ଅଦାଲତଙ୍କ ଆଦେଶକୁ ଚ୍ୟାଲେଞ୍ଚ କରି ହାଇକୋର୍ଟରେ ଦାୟର କରିଥିବା ଯାଚିକାକୁ ଖାରଜ କରାଯାଇଥିଲା। ଜିଲ୍ଲା ଏବଂ ସେସନ କୋର୍ଟ ଜୈନଙ୍କ ମାମଲାକୁ ଅନ୍ୟ ବିଚାରପତିଙ୍କ ନିକଟକୁ ସ୍ଥାନାନ୍ତର କରିବାକୁ ଇଡି କରିଥିବା ଅପିଲକୁ ଅନୁମତି ଦେଇଥିଲେ। ଏହା ପରେ ମାମଲାକୁ ଜଷ୍ଟିସ ବିକାଲ ଢଲଙ୍କ ଖଣ୍ଡପୀଠକୁ ପଠାଯାଇଥିଲା।
୨୦୧୭ ମନି ଲଣ୍ଡରିଂ ମାମଲାରେ ସିବିଆଇ ଜୈନଙ୍କ ବିରୋଧରେ ମକଦମା କରିଥିଲେ। ମକଦମା ଆଧାରରେ ଇଡି ୨୦୧୭ରେ ଭ୍ରଷ୍ଟାଚାର ନିରୋଧ ଅଧିନିୟମ ଅନ୍ତର୍ଗତ ଜୈନ ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ମାମଲା ଦାୟର କରିଥିଲା। ସେ ମନି ଲେଣ୍ଡରିଂରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now