ଦିଲ୍ଲୀରେ ଫୁଟିବନି ବାଣ: ପୂର୍ବ ନିର୍ଦ୍ଦେଶ ଉପରେ ଅଟଳ ସୁପ୍ରିମକୋର୍ଟ

Spread the love

ନୂଆଦିଲ୍ଲୀ:  ଦୀପାବଳିରେ ଦିଲ୍ଲୀରେ ଫୁଟିବନି ବାଣ। ବାଣ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷ ମଧ୍ୟ ବାଣ ଫୁଟାଇବା ଉପରେ ସୁପ୍ରିମକୋର୍ଟଙ୍କ ବାରଣ। ପ୍ରଦୂଷଣକୁ ନେଇ ଦିଲ୍ଳୀ ପାଇଁ ଜାରି କରିଥିବା ନିର୍ଦ୍ଦେଶନାମାରେ ପରିବର୍ତ୍ତନ ହେବ ନାହିଁ ବୋଲି ସିଧାସଳଖ ମନା କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

ବିଜେପି ନେତା ମନୋଜ ତିୱାରୀ ଦିପାବଳୀ ପାଳନ ପାଇଁ ଅନୁମତି ଦେବାକୁ  ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲେ। ସେହି ଯାଚିକାରେ ବାଣ ଉପରେ ଲାଗିଥିବା ବ୍ୟାନ ସଂସ୍କୃତି ବିରୋଧି ବୋଲି ଦର୍ଶାଇଥିଲେ ବିଜେପି ନେତା। ହେଲେ ସୁପ୍ରିମକୋର୍ଟ ଏହି ଚ୍ୟାଲେଞ୍ଜକୁ କଡା ଭାଷାରେ ଭର୍ତ୍ସନା କରିବା ସହ ସ୍ପଷ୍ଟ କରିଛନ୍ତି କି, ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଯିବ ନାହିଁ। ତାସହ ଆସନ୍ତା ବର୍ଷ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ଶୁଣାଇ ଦେଇଛନ୍ତି କୋର୍ଟ।

ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବା ଦିଲ୍ଲୀବାସୀଙ୍କ ପାଇଁ ସମସ୍ୟା ହୋଇ ଠିଆହୋଇଛି। ସାଧାରଣତଃ ଦିପାବଳୀ ପରେ ପରେ ଦିଲ୍ଲୀର ବାୟୁ ମାତ୍ରାଧିକ ପ୍ରଦୂଷିତ ହୋଇଥାଏ। ଫଳରେ ଶ୍ବାସ ପ୍ରଶ୍ବାସରେ ଦେଖାଦେଇଥାଏ ସମସ୍ୟା। ତେଣୁ ସୁପ୍ରିମକୋର୍ଟ ଗତ ବର୍ଷ ମଧ୍ୟ ଜାତୀୟ ରାଜଧାନୀରେ ବାଣ ଉପରେ ରୋକ ଲଗାଇଥିଲେ।

Leave a Reply

Your email address will not be published. Required fields are marked *