ରାଜୌରୀରେ ସୁରକ୍ଷା ବଳ – ଆତଙ୍କବାଦୀ ଗୁଳି ବିନିମୟ : ଜଣେ ଆତଙ୍କବାଦୀ ନିହତ

Spread the love

ରାଜୌରୀ : ଜମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାର ଦସଲ ଅଂଚଳର ଜଙ୍ଗଲ ଏରିଆରେ ଶୁକ୍ରବାର ସକାଳେ ସୁରକ୍ଷାବଳର ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଆଉ କେତେକ ଆତଙ୍କବାଦୀ ସୁରକ୍ଷାବଳର ଘେରାବନ୍ଦୀରେ ଫଶି ରହିଥିବା କୁହାଯାଉଛି । ସେମାନଙ୍କୁ ନିପାତ କରିବା ପାଇଁ ଅଭିଯାନ ଜାରୀ ରଖିଛି ସୁରକ୍ଷା ବଳ ।

ସେନାର ଜଣେ ଅଧିକାରୀ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଗୁରୁବାର ବିଳମ୍ବିତ ରାତିରେ ସନ୍ଦିଗ୍ଧ ଗତିବିଧି ଦେଖାଯିବା ପରେ ସେନା ଓ ପୋଲିସ ପକ୍ଷରୁ ମିଳିତ ଭାବେ ସମ୍ପୃକ୍ତ ଅଂଚଳରେ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ଏହି ସମୟରେ ଆତଙ୍କବାଦୀ ମାନେ ଯବାନଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ । ସୁରକ୍ଷା ବଳର ପାଲଟା ଜବାବରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି ।

ଜମ୍ମୁ-କାଶ୍ମୀରର ଏଡିଜିପି ମୁକେଶ ସିଂହ କହିଛନ୍ତି ଯେ, ଏହି ସଂଘର୍ଷରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏବଂ ସୁରକ୍ଷା ବଳର ଅଭିଯାନ ଜାରୀ ରହିଛି ।

Leave a Reply

Your email address will not be published. Required fields are marked *