ଶିଶୁଙ୍କ ପ୍ରତି ଯୌନ ଉତ୍ପୀଡନର କାରଣ ଆମ ମୌନ ସଂସ୍କୃତି

Spread the love

ନୂଆଦିଲ୍ଲୀ: ପ୍ରୋହିବିସନ ଅଫ ଚାଇଲ୍ଡ ସେକ୍ସୁଆଲ ଅଫେନ୍ସ ବା ପକ୍ସୋ ଅଧିନିୟମକୁ ନେଇ ଶନିବାର ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ଶିଶୁଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି। ପକ୍ସୋ ଆଇନ ଉପରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ପରାମର୍ଶଦାତା ସମ୍ମିଳନୀରେ ଶିଶୁଙ୍କ ପ୍ରତି ହେଉଥିବା ଯୌନ ଅପରାଧକୁ ନେଇ ପ୍ରକାଶ ପାଇଛି ଉଦ୍‌ବେଗ। ୟୁନିସେଫର ମାଧ୍ୟମରେ ଏହି ରାଷ୍ଚ୍ରୀୟ କାର୍ଯ୍ୟକ୍ରମର ଆୟୋଜନ ହୋଇଛି ।

ଶିଶୁଙ୍କ ସୁରକ୍ଷାକୁ ନେଇ ଦେଶରେ ପ୍ରକାଶ ପାଇଛି ଉଦ୍‌ବେଗ। ଦେଶରେ ବୃଦ୍ଧି ପାଉଛି ଶିଶୁ ଯୌନ ଉତ୍ପୀଡନର ମାମଲା। ଲୋକ ଲଜ୍ଜା, ସାମାଜିକ ଚଳଣି ଓ ଅପବାଦକୁ ଡରି ଶିଶୁଙ୍କ ପ୍ରତି ହେଉଥିବା ଯୌନ ଶୋଷଣ ବିରୋଧରେ ହେଉନାହିଁ ମାମଲା। ଯାହା ଶିଶୁଙ୍କ ସୁରକ୍ଷା ପ୍ରତି ସୃଷ୍ଟି କରୁଛି ବିପଦ। ଶିଶୁ ଯୌନ ଶୋଷଣ  ବିରୋଧୀ ଆଇନ ସମ୍ବନ୍ଧିତ ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦ୍‌ଘାନୀ ଉତ୍ସବରେ ଯୋଗ ଦେଇ ଅତିଥି ବୃନ୍ଦ ଉଦ୍‌ବେଗ ପ୍ରକାଶ କରିଛନ୍ତି।  ଶିଶୁଙ୍କ ପ୍ରତି ହେଉଥିବା ଏହି ଅପରାଧ ଆମ ମୌନ ସଂସ୍କୃତିର ପ୍ରତିଫଳନ ବୋଲି କହିଛନ୍ତି ସିଜେଆଇ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ। ଶିଶୁ ଯୌନ ଉତ୍ପୀଡନ ଏକ ଲୁଚି ରହିଥିବା ସମସ୍ୟା  ଅଟେ, କାରଣ ଆମ ଦେଶରେ ଚୁପ ରହିବା ହେଉଛି ସଂସ୍କୃତି। ଏପରି ସ୍ଥଳେ ସରକାରକୁ ଶିଶୁଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାରକୁ ନେଇ ପରିବାରମାନଙ୍କୁ ରିପୋର୍ଟ କରିବାକୁ ପ୍ରୋତ୍ସାହନା ଦେବା ଆବଶ୍ୟକ, ଅପରାଧୀ ପଛେ ନିଜ ପରିବାରର ସଦସ୍ୟ ହୋଇଥାନ୍ତୁ ବୋଲି କହିଛନ୍ତି ସିଜେଆଇ।  

ସେହିପରି ଶିଶୁଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡନ ମାମଲାରେ ଅପରାଧିକ ନ୍ୟାୟ  ବ୍ୟବସ୍ଥା ଏପରି କାର୍ଯ୍ୟ କରୁଛି କି, ଯାହା ଅନେକ ସମୟରେ ପୀଡିତାଙ୍କୁ ଆଘାତ ଦେଉଥିବାର ଦୁର୍ଭାଗ୍ୟପୂର୍ଣ୍ଣ ତଥ୍ୟ ରହିଛି।  ତେଣୁ କାର୍ଯ୍ୟପାଳିକା ଓ ନ୍ୟାୟ ପାଳିକା ମିଳିତ ଭାବେ ଶିଶୁଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ଅବାଶ୍ୟକ ବୋଲି ସିଜେଆଇ କହିଛନ୍ତି। ଅନ୍ୟପଟେ ଶିଶୁଙ୍କ ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରିଛନ୍ତି  ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ।  ଶିଶୁମାନଙ୍କୁ ସୁରକ୍ଷା ଦେବାର ଆବଶ୍ୟକ ରହିଛି। ତେଣୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ନ୍ୟାୟିକ ବ୍ୟବସ୍ଥା  ସହ ମିଶି କାମ କରିବାକୁ ପ୍ରସ୍ଚୁତ ରହିଛି ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି  ସ୍ମୃତି ଇରାନୀ। ତୃଣମୂଳ ସ୍ତରରୁ ଏହି ନିୟମକୁ କଡାକଡି କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ମନ୍ତ୍ରୀ ଇରାନୀ।

ବାସ୍ତବରେ ଆମ ଦେଶରେ ଅନେକ ଶିଶୁ ନିଜ ପରିବାର ବର୍ଗ, ନିକଟ ସମ୍ପର୍କୀୟଙ୍କ ଦ୍ବାରା ଯୌନ ଉତ୍ପୀଡନର ଶିକାର ହେଉଛନ୍ତି। କିନ୍ତୁ ଆମେ ଏହାକୁ ନେଇ ଅଭିଯୋଗ କରିବାକୁ ସାହାସ କରୁନାହୁଁ ବିଭିନ୍ନ କାରଣରୁ, ଯାହା ଅପରାଧିଙ୍କୁ ପରୋକ୍ଷରେ ପ୍ରୋତ୍ସାହନା ଯୋଗାଇ ଦେଉଛି। ତେଣୁ ତୃଣମୂଳସ୍ତରରୁ ଆମକୁ ଏଦିଗରେ ସଚେତନ. ସଜାଗ ହୋଇ ଆଇନର ଉପଯୋଗ କରିବା ଜରୁରୀ।  

Leave a Reply

Your email address will not be published. Required fields are marked *