ତାଜମହଲ ପରିଧିରେ ଥିବା ଦୋକାନ ହଟାଇବା ଉପରେ ସ୍‌ଥଗିତାଦେଶ

Spread the love

ନୂଆଦିଲ୍ଲୀ: ତାଜମହଲର କାନ୍ଥଠାରୁ ୫୦୦ ମିଟର ପରିଧି ଭିତରେ ସମସ୍ତ ଗତିବିଧି ବନ୍ଦ ଉପରେ ମାର୍କେଟ ଆସୋସିଏସକୁ ସୁପ୍ରିମକୋର୍ଟରୁ ସାମୟିକ ଆଶ୍ବସ୍ତି ମିଳିଛି। ଏହି ପରିଧି ଭିତରେ ଥିବା ଦୋକାନ ହଟାଇବାକୁ  ହୋଇଥିବା ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଏହି ସ୍ଥଗିତାଦେଶକୁ ନେଇ ଶହ ଶହ ଦୋକାନୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଖୁସି।

ସୂଚନା ଯୋଗ୍ୟ ୨୭ ସେପ୍ଟେମ୍ବର ୨୦୨୨ରେ ସୁପ୍ରିମକୋର୍ଟ  ତାଜମହଲ କାନ୍ଥରୁ ୫୦୦ ମିଟର ମଧ୍ୟରେ ଥିବା ସମସ୍ତ ଦୋକାନକୁ ହଟାଇବାକୁ ଆଦେଶ ହୋଇଥିଲା। କୋର୍ଟ ଆଗ୍ରା ବିକାଶ ପ୍ରାଧିକରଣକୁ ନିର୍ଦ୍ଦେଶ ପାଳନ କରିବାକୁ କହିଥିଲେ। ଏହି ନିର୍ଦ୍ଦେଶ ବିରୋଧରେ ପଶ୍ଚିମ ମାର୍କେଟ ଆସୋସିଏସନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସୁପ୍ରିମ କୋର୍ଟ ବିଶ୍ବ ଐତିହ୍ୟ ତାଜ ମହଲର ବାଉଣ୍ଡରୀ ୱାଲଠାରୁ ୫୦୦ ମିଟର ପର୍ଯ୍ୟନ୍ତ ସ୍ଥାନରେ ଚାଲିଥିବା ବ୍ୟବସାୟିକ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ଆଗ୍ରା ଡେଭେଲପମେଣ୍ଟ ଅଥୋରିଟିକୁ ଏହି ସ୍ଥାନ ମଧ୍ୟରେ ଚାଲିଥିବା ସମସ୍ତ ବ୍ୟବସାୟିକ କାର୍ଯ୍ୟକୁ ତତ୍‌କ୍ଷଣାତ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଜଷ୍ଟିସ ସଞ୍ଜୟ କିଶାନ କୌଲ ଓ ଜଷ୍ଟିସ ଏ ଏସ ଓକାଙ୍କ ଖଣ୍ଡପୀଠ ଆଗ୍ରା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ୧୭ ଶତାବ୍ଦୀର ଏହି ଶ୍ବେତ ମାର୍ବଲ ସ୍ମୃତିସ୍ତୁପକୁ ସୁରକ୍ଷିତ ରଖିବାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଦେଇଥିଲେ।

Leave a Reply

Your email address will not be published. Required fields are marked *