ଶ୍ରଦ୍ଧାଙ୍କ ହତ୍ୟା ଘଟଣାରେ ଭୟଭୀତ ହୋଇ ସମ୍ପର୍କ ଛିନ୍ନ କରିଥିଲି: ସେଜାନ

Spread the love

ମୁମ୍ବାଇ: ଟିଭି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତୁନିଶାଙ୍କ ପୂର୍ବତନ ପ୍ରେମିକଙ୍କ ବଡ ଖୁଲାସା। ସେ ପୁଲିସ ନିକଟରେ କହିଛନ୍ତି କି, ଦିଲ୍ଲୀର ଶ୍ରଦ୍ଧା ୱାକରଙ୍କ ହତ୍ୟା ଘଟଣା ତାଙ୍କୁ ପ୍ରଭାବିତ କରିଥିଲା। ତେଣୁ ସେ ତୁନିଶାଙ୍କ ସହ ସମ୍ପର୍କ ଚ୍ଛିନ୍ନ କରିଥିଲେ। ଶ୍ରଦ୍ଧାଙ୍କ ହତ୍ୟା ପରେ ଦେଶରେ ଦେଖାଦେଇଥିବା ସ୍ଥିତିରେ ସେ ଭୟଭୀତ ହୋଇ ଯାଇଥିଲି ବୋଲି କହିଛନ୍ତି ସେଜାନ ଖାନ।

ସୋମବାର ତୁନିଶାଙ୍କ ପୂର୍ବତନ ପ୍ରେମିକ ସେଜାନ ଖାନଙ୍କ ପ୍ରଥମ ଦିନ ପୁଲିସ କଷ୍ଟଡି କାଳରେ ସେ ୱାଲିଭ ପୁଲିସକୁ ସେମାନଙ୍କ ସମ୍ପର୍କର ଅନ୍ତର କାରଣ କହିଥିଲେ। ସେ କହିଥିଲେ, ଶ୍ରଦ୍ଧା ୱାକରଙ୍କ ହତ୍ୟା ପରେ ଦେଶରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନାକୁ ନେଇ ଚିନ୍ତାର ପଡିଯାଇଥିଲେ। କାରଣ, ତୁନିଶା ଓ ସେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଥିଲେ ଓ ସେମାନଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ମଧ୍ୟ ଥିଲା। ତେଣୁ ତୁନିଶାଙ୍କ ଆତ୍ମହତ୍ୟାର ୧୫ ଦିନ ପୂର୍ବରୁ ସେ ସମ୍ପର୍କ ଛିନ୍ନ କରିବା କଥା ତୁନିଶାଙ୍କୁ ଜଣାଇ ଦେଇଥିଲେ।

ସେଜାନ ଆହୁରି କହିଛନ୍ତି, ଏହାକୁ ନେଇ ତୁନିଶା ଭାଙ୍ଗି ପଡିଥିଲେ ଓ ଏହା ପୂର୍ବରୁ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ତାଙ୍କୁ ସୁରକ୍ଷିତ ରକ୍ଷା କରିଥିଲେ। ୨୪ ଡିସେମ୍ବରରେ ତୁନିଶା ଆତ୍ମହତ୍ୟା କରିବାର ଦୁଇ ଦିନ ପୂର୍ବରୁ ଏହି ଉଦ୍ୟମ କରିଥିଲେ। ଏନେଇ ସେ ତୁନିଶାଙ୍କ ମା’ଙ୍କୁ ଜଣାଇବା ସହ ତାଙ୍କର ଯତ୍ନ ନେବାକୁ ଅନୁରୋଧ କରିଥିବା  ପୁଲିସକୁ କହିଛନ୍ତି ସେଜାନ।

୨୪ ତାରିଖରେ ତୁନିଶା ଟି ଭି ସୋର ସୁଟିଂ ସେଟର ବାଥ ରୁମରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ଏହା ପରେ ତୁନିଶାଙ୍କ ମାଙ୍କ ପକ୍ଷରୁ ୱାଲିଭ ପୁଲିସ ଷ୍ଟେସନରେ ଏଫଆଇଆର ରୁଜୁ କରାଯାଇ ତୁନିଶାଙ୍କ ପୂର୍ବତନ ପ୍ରେମିକ ସେଜାନ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ।

Leave a Reply

Your email address will not be published. Required fields are marked *