କକ୍‌ପିଟରେ ଧୂଆଁ: ଜରୁରୀ ଅବତରଣ କଲା ସ୍ପାଇସଜେଟ

Spread the love

ନୂଆଦିଲ୍ଲୀ: ଗୋଆରୁରୁ ଉଡାଣ ଭରିଥିବା ସ୍ପାଇସଜେଟ ବିମାନର ଜରୁରୀକାଳୀନ ଅବତରଣ ହୋଇଥିଲା। ବୁଧବାର ରାତି ୧୧ଟାରେ ହାଇଦ୍ରାବାଦ ବିମାନ ବନ୍ଦରରେ ସ୍ପାଇସ ଜେଟ ଅବତରଣ କରିଥିଲା। ବିମାନ ଆକାଶମାର୍ଗରେ ଥିବା ବେଳେ ହଠାତ୍ କକପିଟରେ ଧୂଆଁ ଉଠିଥିଲା। ଏହା ପରେ ହାଇଦ୍ରାବାଦ ବିମାନ ବନ୍ଦର ସହ ଯୋଗାଯୋଗ କରି ଜରୁରୀ ଅବତରଣ କରିଥିଲା।

ସ୍ବଭାଗ୍ୟକୁ ସୁରକ୍ଷିତ ଭାବେ ବିମାନ ଅବତରଣ କରାଯାଇଥିଲା। ଏଥିରେ କୌଣସି ଯାତ୍ରୀଙ୍କୁ କିଛି କ୍ଷୟକ୍ଷତି ହୋଇ ନାହିଁ। ତେବେ ଡିଜିସିଏ ପକ୍ଷରୁ କୁହାଯାଇଛି, ବିମାନରୁ ଓହ୍ଲାଉଥିବା ବେଳେ ଜଣେ ଯାତ୍ରୀଙ୍କ ଗୋଡରେ ସାମନ୍ୟା ଖଣ୍ଡିଆ ହୋଇଛି। ସ୍ପାଇସ ଜେଟର କ୍ୟୁ ୪୦୦ ବିମାନ ବିଟି ଏସକ୍ୟଉବି ମୋଟ ୮୬ ଯାତ୍ରୀଙ୍କୁ ନେଇ ଗୋଆରୁ ଉଡାଣ ଭରିଥିଲା।

ସ୍କାଇସଜେଟ ବିମାନର ଜଣେ ଯାତ୍ରୀ ଧୁଆଁ ଭରି କ୍ୟାବିନର ଏକ ଫଟୋ ଓ ହାଇଦ୍ରାବାଦ ବିମାନ ବନ୍ଦରରେ ଜରୁରୀ ଅବତରଣର ଭିଡିଓ ନିଜ ଟ୍ବିଟର ପେଜରେ ସେୟାର କରିଛନ୍ତି। ଅନ୍ୟପଟେ ଏହି ଘଟଣାର ତଦନ୍ତ ପାଇଁ ଡିଜିସିଏ ନିର୍ଦ୍ଦେଶ ଦେଇଛି।

Leave a Reply

Your email address will not be published. Required fields are marked *