ବରଫ ଉପରେ ମହିଳା ଖେଳିଲେ କ୍ରିକେଟ

Spread the love

କୁପୱାରା: ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର ପଞ୍ଜଗାମରେ ଓମେନ୍ସ ସ୍ନୋ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଖେଳାଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ସ୍ଥାନୀୟ ମହିଳାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ।   ପ୍ରବଳ ଶୀତ ଓ ତୁଷାରପାତ ଭିତରେ ଖେଳ ଦେଖିବାକୁ ବହୁ ସଂଖ୍ୟାରେ ଦେଖଣାହାରୀଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଛି। ଖେଲୋ ଇଣ୍ଡିଆ ଅନ୍ତର୍ଗତ ଭାରତୀୟ ସ୍ଥଳସେନା ପକ୍ଷରୁ ଏହାର ଆୟାଜନ କରାଯାଇଛି। କୁପୱାରା ଜିଲ୍ଲାରେ ସ୍ଥାନୀୟ ଝିଅଙ୍କ ଦ୍ବାରା ଖେଳାଯାଇଥିବା ଏହି କ୍ରିକେଟ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ସହ ଖେଳ ପ୍ରତି ଆଗ୍ରହକୁ ଦର୍ଶାଇଛି।

ସେନା ଦ୍ବାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାର ସୁଯୋଗ ପାଇଥିବା ଖେଳାଳି ସେନାର ପ୍ରୟାସକୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ବରଫରେ ମଧ୍ୟ କ୍ରିକେଟ ଖେଳାଯାଏ ଏହାର ପ୍ରଥମ ସାକ୍ଷୀ ହେବାକୁ ନେଇ ଆନନ୍ଦ ବ୍ୟକ୍ତକରିଛନ୍ତି ଖେଳାଳି। ଏହି ପରି ଖେଳ ଦ୍ବାରା ସ୍ଥାନୀୟ ଝିଅମାନେ ଜାତୀୟ ଓ ଅନ୍ତର୍ଜାତୀୟ ଖେଳ କ୍ଷେତ୍ରରେ ସୁଯୋଗ ଆଣି ଦେବ। ବୋଲି କହିବା ସହ ସ୍ଥାନୀୟ ଲୋକଙ୍କୁ ସେମାନଙ୍କ ଝିଅମାନଙ୍କୁ ଏହି ଖେଳ ପ୍ରତି ପ୍ରୋତ୍ସାହିତ କରିବାକୁ ଜଣେ ସ୍ଥାନୀୟ ବାସିନ୍ଦା ଆହ୍ବାନ ଦେଇଛନ୍ତି।

ସୂଚନାଯୋଗ୍ୟ, ସ୍ଥଳ ସେନା ପକ୍ଷରୁ ଘାଟିରେ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ବିଭିନ୍ନ ସମୟରେ ବହୁ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ସେନା ସେଠାରେ ଝିଅମାନଙ୍କୁ ଧନ୍ଦାମୂଳକ ତାଲିମ ମଧ୍ୟ ପ୍ରଦାନ କରୁଛି। ସ୍କୁଲଗୁଡିକରେ ବିଭିନ୍ନ ପ୍ରତିଯୋଗିତା କରାଯାଉଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ସେନା ପ୍ରତି ସମ୍ମାନ ବଢିବାରେ ଲାଗିଛି।

Leave a Reply

Your email address will not be published. Required fields are marked *