ନୂଆଦିଲ୍ଲୀ: ଗୋଟିଏ ପଟେ ଚୀନ ସୀମାରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବେଳେ ସାଇବର ଆଟାକ ଜରିଆରେ ଭାରତକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି। ବିଗତ ଦିନରେ ଦିଲ୍ଲୀ ଏମ୍ସର ସର୍ଭରକୁ ହ୍ୟାକ କରିଥିଲା। ବିଗତ ଦିନରେ ପାୱାର ଗ୍ରେଡ ସହ ବ୍ୟାଙ୍କିଂ ସେକ୍ଟର ଉପରେ ଆକ୍ରମଣ ହୋଇଛି। ଚୀନର ଏହି ସାଇବର ଆଟାକକୁ ଦେଖି ଭାରତ ସରକାର ଆଲର୍ଟ ହେବା ସହ ଜାରି କରିଛି ଏସଓପି।
ଚୀନର ବାରମ୍ବାର ସାଇବର ଆଟାକ ପରେ କେନ୍ଦ୍ର ସରକାର ସତର୍କ ହୋଇଛି। ଏନେଇ ସମସ୍ତ ମନ୍ତ୍ରଣାଳୟ, ପିଏସୟୁର କର୍ମଚାରୀମାନଙ୍କ ପାଇଁ ଏକ ମାନକ ଅପରେଟିଂ ପ୍ରୋଟୋକଲ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରୋଟୋକଲର ନିରୀକ୍ଷଣ କରିବ ସରକାର।
ସୂତ୍ର ଅନୁଯାୟୀ, ପ୍ରୋଟୋକଲ ପାଳନ ନ କରାଯିବା କାରଣରୁ ଏମ୍ସ ଉପରେ ସାଇବର ଆଟାକ ହୋଇଥିଲା। ଏପରି ଆକ୍ରମଣ ରୋକିବାକୁ କମ୍ପ୍ୟୁଟର ବନ୍ଦ କରିବା, ଇମେଲକୁ ସାଇନ ଆଉଟ କରିବା ଓ ଅପଡେଟ କରିବାକୁ ଗୁରୁତ୍ବ ଦିଆଯାଇଛି। ଅନେକ ସମୟରେ କର୍ମଚାରୀ ନିଜ ଇମେଲକୁ ସାଇନ ଆଉଟ କରିବାକୁ ଭୁଲି ଯାଇଥାନ୍ତି ବା ନିଜ ମେସିନ ବନ୍ଦ କରନ୍ତି ନାହିଁ। ଏମିତି କିଛି ଏମ୍ସରେ ହେଉଥିବାରୁ ଏମ୍ସ ସର୍ଭର ଉପରେ ଆକ୍ରମଣ କରାଯାଇଥିଲା। ପୂର୍ବରୁ ମଧ୍ୟ ପାୱାର ଗ୍ରେଡ, କିଛି ବ୍ୟାଙ୍କିଂ ସେକ୍ଟର ସାଇବର ଆଟାକର ସମ୍ମୁଖୀନ ହୋଇଛି। ଏସବୁ ଆକ୍ରମଣ ଭିତରୁ ଅଧୀକାଂଶ ଚାଇନିଜ ହ୍ୟାକ କରିଛନ୍ତି।
ତେଣୁ କାମ ସରିବା ପରେ ନିଜ ଇମେଲ, ହ୍ବାସ୍ ଆପକୁ ସାଇନ ଆଉଟ କରିବାକୁ ତଥା କମ୍ପ୍ୟୁଟର ବନ୍ଦ କରିବାକୁ, ସମୟ ସମୟରେ କମ୍ପ୍ୟୁଟର ଅପଡେଟ କରିବାକୁ କୁହାଯାଇଛି ଏସଓପିରେ। ଏହାକୁ ସମସ୍ତ ମନ୍ତ୍ରଣାଳୟ, ପିଏସୟୁ, ସଂସ୍ଥା ପାଳନ କରିବାକୁ କୁହାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now