ସତ୍ୟେନ୍ଦ୍ର ଜୈନଙ୍କୁ ମହାଠକ ସୁକେଶ ଦେଇଛନ୍ତି ୧୦ କୋଟି

Spread the love

ନୂଆଦିଲ୍ଲୀ: ତିହାଡର ମଣ୍ଡୋଲି ଜେଲରେ ବନ୍ଦୀ ଥିବା ସୁକେଶ ଚନ୍ଦ୍ରଶେଖର ଏକ ବଡ ଖୁଲାସା କରିଛନ୍ତି। ଦିଲ୍ଲୀର ଉପରାଜ୍ୟପାଳକୁ  ଗୋପନ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ କହିଛନ୍ତି କି, ତିହାଡରେ ପ୍ରୋଟେକ୍ସନ ମନି ଭାବେ ଆପ ନେତା ତଥା ଦିଲ୍ଲୀ ମନ୍ତ୍ରୀ  ସତ୍ୟେନ୍ଦ୍ର ଜୈନଙ୍କୁ  ସେ ଦେଇଥିଲେ ୧୦ କୋଟି ଟଙ୍କା।

ମହାଠକ ସୁକେଶ ଚନ୍ଦ୍ର ଶେଖର ଦିଲ୍ଲୀ ଉପରାଜ୍ୟପାଳଙ୍କୁ  ଚିଠି ଲେଖି କହିଛି କି, ଦିଲ୍ଲୀ ସରକାରରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ତାଙ୍କ ପିଏ ଦ୍ବାରା ୨ କୋଟି ଟଙ୍କା ମାସିକ ଭାବେ ପ୍ରୋଟେକ୍ସନ ମନି ମାଗିଥିଲେ। ସେ ଜୈନଙ୍କୁ ମୋଟ ୧୦ କୋଟି ଟଙ୍କା ଦେଇଥିବା ନିଜ ଚିଠିରେ ଉଲ୍ଲେଖ କରିଛନ୍ତି। ଗିରଫଦାରୀ ପୂର୍ବରୁ ଦକ୍ଷିଣ ଭାରତରେ ଆପ ଦଳରେ ତାଙ୍କୁ ଏକ ବଡ ପଦ ଦେବାକୁ ପାର୍ଟି ପକ୍ଷରୁ ତାଙ୍କୁ ୫୦ କୋଟି ଟଙ୍କା ଦେଇଥିଲେ। ଏମିତି କି, ସୁକେଶଙ୍କୁ ଭେଟିବାକୁ ଜୈନ ବହୁଥର ତିହାଲ ଜେଲ ଆସିଥଲେ।

ସୁକେଶଙ୍କ ଏହି ଖୁଲାସା ପରେ ମୁଖ୍ୟମନ୍ତ୍ରୀ କେଜରିୱାଲ କହିଛନ୍ତି କି, ସେ ସୁକେଶଙ୍କ ଚିଠି ବିଷୟରେ ଜାଣିଲେ। ପଞ୍ଜାବ ନିର୍ବାଚନ ପୂର୍ବରୁ କୁମାର ବିଶ୍ବାସଙ୍କୁ ଆଣିଥିଲେ, ଏବେ ଗୁଜୁରାଟରେ ସ୍ଥିତି ଏମିତି ଖରାପ ହେଲା କି, ସୁକେଶ ଚନ୍ଦ୍ରଶେଖରର ଆବଶ୍ୟକତା ପଡିଲା।

ପରଦିନ ମୋର୍ବି ବ୍ରିଜ କୋଲାପ୍ସ ରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଏପରି ଷ୍ଟୋରୀ ପ୍ଲାଣ୍ଟ କରାଯିବା ପରି ମନେ ହେଉଛି। ଏବେ ସବୁ ଚ୍ୟାନେଲ ସୁକେଶର କଥା କହୁଛି। ସେପଟେ, ଏହି ମାମଲାରେ ବିଜେପି ଆପ ସରକାରକୁ ଘେରିବାକୁ ପ୍ରସ୍ତୁତ ହେଉଛି। ଅକ୍ଟୋବର ୧୮କୁ ଲେଖାଯାଇଥିବା ଚିଠି ବଦଳରେ ଉପରାଜ୍ୟପାଳ ଚିଠିର ଯାଞ୍ଚ ଆଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *