ସୁଖବିନ୍ଦର ହେବେ ମୁଖ୍ୟମନ୍ତ୍ରୀ

Spread the love

ସିମଲା: ହିମାଚଳ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ଟଣା ଓଟରାର ହୋଇଛି ଅବସାନ। ସୁଖବିନ୍ଦର ସିଂହ ସୁଖୁ ହେବେ ମୁଖ୍ୟମନ୍ତ୍ରୀ ଓ  ଉପମୁଖ୍ୟମନ୍ତ୍ରୀ ହେବେ ମୁକେଶ ଅଗ୍ନିହୋତ୍ରୀ। ଆଜି ସଂଧ୍ୟାରେ ନବନିର୍ବାଚିତ ବିଧାୟକଙ୍କ  ବୈଠକରେ ସୁଖବିନ୍ଦର ସିଂହ ସୁଖୁଙ୍କ ନାମରେ ଲାଗିଲା ମୋହର।  ଆସନ୍ତା କାଲି ଅର୍ଥାତ୍ ରବିବାର ଦିନ ସୁଖବିନ୍ଦର ନେବେ ଶପଥ।

ଗୁରୁବାର ଫଳାଫଳ ବାହାରିବା ପରଠାରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗିରହିଥିଲା ବିବାଦ। ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ବିଧବା ପ୍ରତିଭା ସିଂହ ଏହି ଦୌଡରେ ଆଗରେ ଥିବା ବେଳେ ଶନିବାର ମଧ୍ୟାହ୍ନ ସୁଦ୍ଧା ଦୌଡରୁ ବାଦ ପଡିଥିଲେ। ତେବେ ଅପରାହ୍ନ ୪ଟା ସୁଦ୍ଧା ସୁଖୁ ମୁଖ୍ୟମନ୍ତ୍ରୀ ହେବା ସ୍ଥିର ହୋଇଥିଲେ ମଧ୍ୟ ଏହାର ଘୋଷଣା ହୋଇ ନ ଥିଲା, ଯାହା ବୈଠକ ପରେ ହାଇକମାଣ୍ଡଙ୍କ ସ୍ବୀକୃତି ପାଇ ଘୋଷଣା ହୋଇଛି।

Leave a Reply

Your email address will not be published. Required fields are marked *