ଶିକ୍ଷୟିତ୍ରୀ ପାୟଲ ପଟ୍ଟନାୟକ ପାଇଲେ ଓଇଏସ୍‌

Spread the love

କନ୍ଧମାଳ : ବର୍ତମାନ ଫୁଲବାଣୀ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ରୁଜାଙ୍ଗି ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ପାୟଲ ପଟ୍ଟନାୟକ ଓଡ଼ିଶା ଶିକ୍ଷା ସେବା ଅଧିକାରୀ (ଓଇଏସ୍‌) ଭାବେ ମନୋନୀତ ହୋଇଛନ୍ତି । ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ଦ୍ୱାରା ଅନୁଷ୍ଠିତ ପରୀକ୍ଷାର ଆଜି ଫଳାଫଳ ପ୍ରକାଶ ପାଇଥିବା ବେଳେ ସେ ୪୦ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି । ପାୟଲ ବିବାହିତ ହୋଇଥିବା ବେଳେ ତାଙ୍କର ଗୋଟିଏ ତିନି ବର୍ଷର କୁନି ପୁଅ ମଧ୍ୟ ରହିଛି । ସ୍ୱାମୀ ସବ୍ୟସାଚୀ ଦାସ ବୌଦ୍ଧରେ ବ୍ଲକ କୃଷି ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ବାପା ପୂର୍ବତନ କର୍ମଚାରୀ ନେତା, ସମାଜସେବୀ ତଥା ଆଇନଜୀବୀ ବ୍ରଜକିଶୋର ପଟ୍ଟନାୟକ ଓ ମାଆ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ଫୁଲବାଣୀରେ ଶିକ୍ଷୟତ୍ରୀ ଅଛନ୍ତି ।

ମା ସୁଜାତା ପଟ୍ଟନାୟକଙ୍କ ପ୍ରେରଣା ଏବଂ ସ୍ୱାମୀଙ୍କ ଉତ୍ସାହରୁ ସଫଳତା ମିଳିଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି ପାୟଲ । ଆଗକୁ ସିଭିଲ ସର୍ଭିସ ପାଇଁ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି ପାୟଲ । ଘର ପରିବାର ଓ କୁନି ପୁଅ କଥା ବୁଝିବା ସହ ନିଜେ ସ୍କୁଲରେ ଶିକ୍ଷାୟତ୍ରୀ ଚାକିରି କରି ନିଷ୍ଠା ଓ ଆନ୍ତରିକତାର ସହ ପିଲାଙ୍କୁ ପାଠ ପଢ଼ାଇବା ସହ ନିଜର ଅଧ୍ୟବସାୟ ଜାରି ରଖିଥିଲେ ସେ । ଫଳରେ ଆଜି ସେ ଏହି ସଫଳତା ପାଇପାରିଛନ୍ତି ।

Leave a Reply

Your email address will not be published. Required fields are marked *