ଆର୍ଯ୍ୟନ ଖାନଙ୍କ ପାସପୋର୍ଟ ରିଲିଜ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

Spread the love

ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ପାସପୋର୍ଟ ରିଲିଜ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ। ଡ୍ରଗ୍ସ ମାମଲାରେ ଫସିଥିବା ଆର୍ଯ୍ୟନଙ୍କୁ ଏନସିବି ଗିରଫ କରିଥିଲା। ପରେ ତାଙ୍କୁ କ୍ଲିନଚିଟ ମିଳିଥିଲା। ତେବେ ଗିରଫ ବେଳେ ତାଙ୍କ ପାସପୋର୍ଟ ଜବତ କରାଯାଇଥିଲା। ହେଲେ ଆଜି ମୁମ୍ୱାଇର କୋର୍ଟ ଆର୍ଯ୍ୟନଙ୍କ ପାସପୋର୍ଟ ରିଲିଜ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜାମିନ ବଣ୍ଡକୁ ମଧ୍ୟ ରବ୍ଦ କରିବାକୁ ଅନୁମତି ଦେଇଛନ୍ତି। ଏନସିବିରୁ କ୍ଲିନଚିଟ ପାଇଥିବାରୁ ପାସପୋର୍ଟ ଫେରାଇ ଦେବାକୁ ସେ ଆବେଦନ କରିଥିଲେ। ତେବେ ବୁଧବାର ଏନଡିପିଏସ ଆକ୍ଟରେ ରୁଜୁ ମାମଲାର ବିଚାର ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର କୋର୍ଟ ପାସପୋର୍ଟ ରିଲିଜ ସମ୍ପର୍କିତ ଆବେଦନର ଶୁଣାଣି କରିଥିଲେ। ବିଚାରପତି ଭିଭି ପାଟିଲ କୋର୍ଟର ରେଜିଷ୍ଟାରଙ୍କୁ ସ୍ଥାୟୀ ଭାବେ ଆର୍ଯ୍ୟନ ଖାନଙ୍କୁ ପାସପୋର୍ଟ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *