ଭୂକମ୍ପରେ ଥରିଲା ଜମ୍ମୁ-କାଶ୍ମୀର

Spread the love

ଭୂକମ୍ପରେ ଥରିଲା ଜମ୍ମୁ-କାଶ୍ମୀର। ପ୍ରବଳ ବର୍ଷା ପରେ ଏଠାରେ ଭୂକମ୍ପ ହୋଇଥିଲା। ତେବେ ଏଥିରେ କାହାରି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଜମ୍ମୁ-କାଶ୍ମୀରର ଅନକେ ସ୍ଥାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା ୪.୫ ବୋଲି ଜଣାପଡିଛି। ଏହାର କେନ୍ଦ୍ରସ୍ଥଳୀ ପାକିସ୍ତାନ ବୋଲି ଅନୁମାନ କରାଯାଉଛି।
ସେପଟେ ଅମରନାଥ ଯାତ୍ରା ବେଳେ ଶୁକ୍ରବାର ବାଦଲଫଟା ବର୍ଷା ହୋଇଥିଲା। ଏଥିରେ ବହୁ ଶ୍ରଦ୍ଧାଳୁ ନିଖୋଜ ହୋଇଯାଇଥିବା ବେଳେ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପୋଲିସ, ଏନଡିଆରଏଫ, ଏସଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ପ୍ରଶାସନ ପକ୍ଷରୁ ହେଲପ ଲାଇନ ନମ୍ୱର ଜାରି କରାଯାଇଛି। ସେହିପରି ୧୫୦୦୦ ତୀର୍ଥଯାତ୍ରୀ ଅମରନାଥଙ୍କ ପବିତ୍ର ଗୁମ୍ଫା ନିକଟରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।
ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *