ଯୁବକ ଅନ୍ୟ ଜଣେ ଚାଷୀଙ୍କ ଜମିରେ ପ୍ରଧାନମନ୍ତ୍ରୀ ଫସଲ ବୀମା କରି ଜେଲ୍ ଗଲେ

Spread the love

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ପଂଚାୟତ କଟାଡୁନ୍ଗରି ଗ୍ରାମର ଖୁସିରାମ ବାଗ ନାମକ ଜଣେ ଯୁବକ ଅନ୍‌ଯ ଜଣେ ଚାଷୀଙ୍କ ଜମିରେ ପଧାନମନ୍ତ୍ରୀ ଫସଲ ବୀମା କରି ଜେଲ୍ ଯାଇଛନ୍ତି । କଟାଡୁଙ୍ଗୁରି ଗ୍ରାମର ଚାଷୀ ହେମନ୍ତ ବାଗ ମୁରିବାହାଲ ଥାନାରେ ଦେଇଥିବା ଏତଲା ଅନୁସାରେ ତାଙ୍କ ପିତା ବେଣୁଧର ବାଗ ଙ୍କ ନାମରେ ଗଁରେଇ ମୌଜାରେ ଥିବା ଜମି ଯାହାର ଖାତା ନଂ ୬,ପ୍ଲଟ ନଂ ୨୪୧, ୨୪୫, ୨୫୮ ରେ୨୦୨୨-୨୩ ବର୍ଷରେ ଅଭିଯୁକ୍ତ ଖୁସିରାମ ବାଗ ଗ୍ରାମର ଲାଲୁ ବାଗଙ୍କ ନାମରେ ବୀମା କରିଦେଇଥିଲେ । ଏ ସଂପର୍କ ରେ ହେମନ୍ତ ଗ୍ରାମର ଲାଳୁଙ୍କୁ ପଚାରିବାରୁ ଲାଳୁ କିଛି ଜାଣି ନ ଥିବା ପ୍ରକାଶ କରି ଥିଲେ । ଚାଷୀ ହେମନ୍ତ ଏନେଇ ଖୁସିରାମ ବିରୋଧରେ ମୁରିବାହାଲ ଥାନାରେ ଏତଲା ଦେଇଥିଲେ । ପୁଲିସ ଥାନା କେସ ନଂ ୮୮/୨୩ ରେ ଅଭିୟୁକ୍ତକୁ ଗିରଫ କରି ସୋମବାର କୋର୍ଟ ଚାଳାଣ କରିଥିଲେ । କୋର୍ଟରେ ଜାମିନ ନାମଞ୍ଜୁର ହୋଇଥିବା ରୁ ଜେଲର ହାଜତ କୁ ପଠାଇ ଦିଆଯାଇଥିବା ଜଣାଯାଏ ।

Leave a Reply

Your email address will not be published. Required fields are marked *