ମୁସଲମାନ ମହିଳାଙ୍କୁ ଟିକେଟ ଦେବା ଉପରେ ବିବାଦୀୟ ବୟାନ

Spread the love

ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ । ରାତି ପାହିଲେ ଅର୍ଥାତ୍‌ ଡିସେମ୍ବର ୫ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟଦାନ। ଦ୍ୱିତୀୟ ପର୍ଯ୍ୟାୟରେ ୧୪ଟି ଜିଲାର ୯୩ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଅହମ୍ମଦାବାଦର ଜାମା ମସଜିଦର ଶାହି ଇମାମ ଶବ୍ବୀର ଅହମ୍ମଦ ସିଦ୍ଦିକି ଦେଇଛନ୍ତି ଏକ ବିବାଦୀୟ ମନ୍ତବ୍ୟ । ମୁସଲମାନ ମହିଳାଙ୍କୁ ଟିକେଟ୍‌ ଦେବା ଇସଲାମ ଧର୍ମ ବିରୋଧୀ ବୋଲି କହିଛନ୍ତି ସିଦ୍ଦିକି।

 ସିଦ୍ଦିକି କହିଛନ୍ତି କି, ଇସଲାମ ବିରୋଧରେ ଯାଇ ମୁସଲମାନ ମହିଳାମାନଙ୍କୁ ଟିକେଟ ଦିଆଯାଉଛି। ଏପରି କରି ରାଜନୈତିକ ଦଳମାନେ ଇସଲାମକୁ  ଦୁର୍ବଳ କରିବାକୁ ଷଡଯନ୍ତ୍ର କରୁଥିବା ସେ କହିଛନ୍ତି। ମୁସଲମାନ ମହିଳାମାନଙ୍କର ରାଜନୀତିରେ ଅଂଶଗ୍ରହଣକୁ ସେ ନିନ୍ଦା କରିଛନ୍ତି।
ସେ ଆହୁରି କହିଛନ୍ତି କି,  ଇସଲାମ ଧର୍ମରେ ନମାଜ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ମସଜିଦ୍‌ରେ ନାମଜ ପାଠ କରିବାକୁ ମହିଳାଙ୍କୁ ଅନୁମତି ନାହିଁ। ଯଦି ମହିଳାମାନେ ଏହିପରି ସମସ୍ତଙ୍କ ସାମ୍ନାରେ ଆସିବା ଅନୁମତି ଥାନ୍ତା, ତେବେ ସେମାନଙ୍କୁ ମସଜିଦରୁ ଅଟକାଯାଇ ନ ଥାନ୍ତା। ସେଥିପାଇଁ ଯେଉଁମାନେ ନିର୍ବାଚନରେ ମୁସଲମାନ ମହିଳାଙ୍କୁ ଟିକେଟ ଦିଅନ୍ତି, ସେମାନେ ଇସଲାମ ବିରୋଧରେ ବିଦ୍ରୋହ କରୁଛନ୍ତି।

Leave a Reply

Your email address will not be published. Required fields are marked *