ବାଣଫୁଟାକୁ ନେଇ ଭଡୋଦରାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

Spread the love

ଭଡୋଦରା: ଦୀପାବଳି ଅବସରରେ ଗୁଜୁରାଟର ଦୁଇ ଗୋଷ୍ଠୀ ମୁହାଁମୁହିଁ। ବାଣ ଫୁଟାଇବାକୁ ନେଇ ଗୁଜୁରାଟର ଭଡୋଦରାରେ ହୋଇଥିବା ସାମ୍ପ୍ରଦାୟିକ ସଂଘର୍ଷରେ ପୁଲିସ ମଙ୍ଗଳବାର ଦୁଇ ପକ୍ଷର ୧୯ ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି। ସମ୍ପ୍ରଦାୟିକ ସମ୍ବେଦନଶୀଳ କୁହାଯାଉଥିବା ପାନିଗାଟ ଅଞ୍ଚଳରୁ ବିଳମ୍ବିତ ରାତି ୧୨ଟା ୪୫ରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା।

ସାମ୍ପ୍ରଦାୟିକ ହିଂସାର ଆଶଙ୍କାରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳେ ଜଣେ ବ୍ୟକ୍ତି ଘରର ଛାତ ଉପରୁ ପୁଲିସ ଉପରକୁ ପେଟ୍ରୋଲ ବୋମା ମଧ୍ୟ ପକାଇଥିଲା। ପୁଲିସ ଉକ୍ତ ବ୍ୟକ୍ତିଙ୍କ ସହ ୧୯ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଭଡୋଦରା ଡିସିପି ୟସପାଲ ଜଗନିଆ।

ତେବେ ଏହି ସଂଘର୍ଷରେ କେହି ହତାହତ ହୋଇନାହାନ୍ତି। ତେବେ ଏକ ରକେଟ ବାଣ ପଡି ଗୋଟିଏ ମୋଟର ସାଇକେଲ ପୋଡି ଯାଇଛି। ବାଣ ଫୁଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଫଳରେ ଉଭୟ ପକ୍ଷ ପରସ୍ପର ଉପରେ ରକେଟ ବୋମା, ପଥର ମାଡ କରିଥିଲେ ବୋଲି ପୁଲିସ କହିଛି।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। କିଛି ଘଣ୍ଟା ପରେ ସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିବା ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *