ରାମେଶ୍ବରମ: ତାମିଲ ନାଡୁର ରାମେଶ୍ବରମରେ ଦୁଇ ଶ୍ରୀଲଙ୍କା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ବାଘ ଷ୍ଟ୍ରେଟ ସମୁଦ୍ରରେ ଶ୍ରୀଲଙ୍କା ମତ୍ସ୍ୟଜୀବୀଙ୍କ ବୋଟ ବୁଡିଯାଇଥିଲା। ଏହାପରେ ବୋଟରେ ଥିବା ମତ୍ସ୍ୟଜୀବୀ ଜୀବନ ବଞ୍ଚାଇବାକୁ ସଂଗ୍ରାମ କରୁଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଏଥିସହ ଅନ୍ୟ ଜଣେ ମୃତ ମତ୍ସ୍ୟଜୀବୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି।
ଜୁଲାଇ ୧୪ ତାରିଖ ରାତିରେ ଏକ ମତ୍ସ୍ୟଜୀବୀ ବୋଟ ମାଛ ଧରିବାକୁ ମାନାର ଜିଲ୍ଲାରୁ ବାହାରିଥିଲା। ସେମାନେ ଘରକୁ ନ ଫେରିବାରୁ ସେମାନଙ୍କ ନିଖୋଜ ନେଇ ଜଳସେନାକୁ ସୂଚିତ କରାଯାଇଥିଲା। ଉଦ୍ଧାର ମତ୍ସ୍ୟଜୀବୀ କାଳେ ବୋଟ ବୁଡିଯିବ, ଏହି ଆଶଙ୍କାରେ ନିଜକୁ ବୋଟରେ ବାନ୍ଧି ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟ ବୋଟଟି ମଝି ସମୁଦ୍ରରେ ବୁଡିଯାଇଥିଲା।
ତାଲିମନାଡୁର ମତ୍ସ୍ୟଜୀବୀମାନେ ମାଛ ଧରିବା ବେଳେ ଏମାନଙ୍କୁ ବୁଡିଯାଉଥିବା ଦେଖିବାକୁ ପାଇଥିଲେ ଓ ଜୀବିତ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ। ଏହା ପରେ ଭାରତୀୟ ମତ୍ସ୍ୟଜୀବୀ ସେମାନଙ୍କୁ ଶ୍ରୀଲଙ୍କାର କଚ୍ଛାଦିଭୁ ଆଇଲାଣ୍ଡରେ ସେମାନଙ୍କୁ ଛାଡିଦେଇଥିଲେ। ସେପଟେ ବୋଟ ବୁଡିବା ସମୟରେ ସମୁଦ୍ରକୁ ଡେଇଁ ପଡିଥିବା ଅନ୍ୟ ଦୁଇ ଜଣଙ୍କୁ ଜଳସେନା ମନ୍ନାର ନିକଟରୁ ଉଦ୍ଧାର କରିଥିଲା। ଅନ୍ୟ ଜଣେ ୫୨ ବର୍ଷୀୟ ମତ୍ସ୍ୟଜୀବୀ ଙ୍କ ମୃତଦେହ ମଧ୍ୟ ଉଦ୍ଧାର ହୋଇଛି। ଶନିବାର ଦିନ ସଂଧ୍ୟା ୬.୩୦ରେ ବୋଟଟି ବୁଡିଯାଇଥିଲା ପୋଇନ୍ରା ନିକଟରେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now