୬ ଦେଶର ଯାତ୍ରୀଙ୍କ ଉପରୁ ହଟିଲା କଟକଣା

Spread the love

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ୬ ଦେଶର ଯାତ୍ରୀଙ୍କ ଉପରେ ଲାଗିଥିବା କଟକଣା କୋହଳ କଲା କେନ୍ଦ୍ର। ଏଣିକି ଏହି ଦେଶରୁ ଆସୁଥିବା ଯାତ୍ରୀଙ୍କୁ ଆଉ କରୋନା ଟେଷ୍ଟ ରିପୋର୍ଟ ଓ  ଏୟାର ସୁବିଧା ଫର୍ମ ଉପଲବ୍ଧ କରାଇବାକୁ ହେବ ନାହିଁ। ଏହି ଦେଶ ସବୁ ହେଲେ ଚୀନ, ସିଙ୍ଗାପୁର, ହଙ୍ଗକଂଗ, କୋରିଆ, ଥାଇଲ୍ୟାଣ୍ଡ ଓ ଜାପାନ। ତଥାପି ଜାରି ରହିବଦୁଇ ପ୍ରତିଶତ ଯାତ୍ରୀଙ୍କ ରାଣ୍ଡମ ଟେଷ୍ଟିଂ । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କେନ୍ଦ୍ର ବିମାନ ଉଡାଣ ମନ୍ତ୍ରଣାଳୟକୁ ଚିଠି ଲେଖି ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ସମ୍ପର୍କରେ ଅବଗତ କରାଇଛନ୍ତି।

କୁହାଯାଉଛି, ଥାଇଲାଣ୍ଡ, ସିଙ୍ଗାପୁର, ଜାପାନ, ହଙ୍ଗକଂଗ, ଦକ୍ଷିଣ କୋରିଆ ଓ ଚୀନରୁ ଆସୁଥିବା ଯାତ୍ରୀମାନଙ୍କ ମଧ୍ୟରେ ହ୍ରାସପାଉଥିବା କରୋନା ମାମଲାକୁ ଦେଖି ଗାଇଡଲାଇନରେ ଏହି କୋହଳ କରିଛି ଭାରତ ସରକାର । ନୂଆ ନିୟମ ସୋମବାର ଅର୍ଥାତ୍ ୧୩ ଫେବୃଆରୀରୁ ଲାଗୁ ହେବ।

ସୂଚନାଯୋଗ୍ୟ: ଥାଇଲାଣ୍ଡ, ସିଙ୍ଗାପୁର, ହଙ୍ଗକଂଗ, ଦକ୍ଷିଣ କୋରିଆ ଓ ଚୀନରେ ବିଗତ ଦିନରେ କରୋନା ମାମଲା ଦ୍ରୁତ ବୃଦ୍ଧି ଘଟିଥିଲା। ତେଣୁ ଏହି ସବୁ ଦେଶର ଯାତ୍ରୀଙ୍କ ଏୟାର ସୁବିଧା ଫର୍ମ ଓ ଟେଷ୍ଟିଂକୁ ଅନିବାର୍ଯ୍ୟ କରାଯାଇଥିଲା। ତେବେ ବିଗତ ଚାରି ସପ୍ତାହରେ ଦେଖା ଯାଇଛି କି, ଚୀନ, ସିଙ୍ଗାପୁର, ହଙ୍ଗକଂଗ, ଦକ୍ଷିଣ କୋରିଆ, ଥାଇଲାଣ୍ଡରେ କରୋନା ସଂକ୍ରମଣ ହ୍ରାସ ପାଇଛି। ତେଣୁ କଟକଣାକୁ ହଟାଇଛି ମନ୍ତ୍ରଣାଳୟ।

Leave a Reply

Your email address will not be published. Required fields are marked *