କୋଭିଡକୁ ନେଇ ସଂସଦରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିବୃତ୍ତି

Spread the love

ନୂଆଦିଲ୍ଲୀ: ଚୀନରେ କରୋନା ସଂକ୍ରମଣ ବୃଦ୍ଧି ଓ ଦେଶରେ ନୂଆ କୋଭିଡ ଭାରିଆଣ୍ଟ ଚିହ୍ନଟ ପରେ ଗୁରୁବାର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ରାଜ୍ୟ ସଭାରେ କରୋନା ସ୍ଥିତି ଉପରେ ବୟାନ ରଖିଛନ୍ତି। ସେ କହିଛନ୍ତି କି, ଆମେ କୋଭିଡ ଉପରେ କୌଣସି ରାଜନୀତି କରିନାହୁଁ। ଦେଶର ବଡ ହସ୍ପିଟାଲରେ ସବୁ ଅକ୍ସିଜେନ ପ୍ଲାଣ୍ଟ ଲଗାଯାଇଛି ଓ ଚାଲୁ ହୋଇଛି। ପର୍ଯ୍ୟାପ୍ତ ମାତ୍ରାରେ ଔଷଧର ସମୀକ୍ଷା ହୋଇଛି।

କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟା କରୋନାର ତାଜା ସ୍ଥିତିକୁ ନେଇ ଲୋକସଭାରେ ନିଜ ବୟାନ ଜାରି କରିଛନ୍ତି। ସେ କହିଛନ୍ତି କି, ଜାପାନ, ଚୀନ, ଦକ୍ଷିଣ କୋରିଆ ସମେତ ବହୁ ଦେଶରେ କରୋନା ମାମଲା ଓ ମୃତ୍ୟୁ ବଢିଚାଲିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କରୋନାରୁ ହେଉଥିବା ଖରାପ ସ୍ଥିତିକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛି। ବୈଷୟିକ ସମୟତା ବ୍ୟତୀତ ସରକାର ଏନଡିଆରଏଫ, ଆୟୁଷ୍ମାନ ଯୋଜନା ଓ ଅନ୍ୟ ସରକାରୀ ଯୋଜନା ଜରିଆରେ କରୋନାର ମୁକାବିଲା ପାଇଁ ପ୍ରସ୍ତୁତି କରିଛି।

ଦେଶରେ ଏପର୍ଯ୍ୟନ୍ତ ୨୨୦ କୋଟିରୁ ଅଧିକ ଟିକା ଦିଆସରିଲାଣି। ରାଜ୍ୟମାନଙ୍କୁ ମଧ୍ୟ ସହାୟତା ଦିଆଯାଉଛି। ସେମାନଙ୍କୁ ଜିନୋମ ସିକ୍ବେନ୍ସିଂ ବଢାଇ କଣ୍ଟାକ୍ଟ ଟ୍ରେସିଂ ପାଇଁ ପରାମର୍ଶ ଦିଆଯାଇଛି।

କରୋନାର ବର୍ତ୍ତମାନ ସ୍ଥିତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି କି, ଆମେ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ବିଦେଶରୁ ଆସୁଥିବା ଲୋକଙ୍କ ରାଣ୍ଡମ ଆରଟିପିସିଆର ଯାଞ୍ଚ ଆରମ୍ଭ କରିଛୁ। ପର୍ବ ଓ ନୂଆ ବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟଗୁଡିକୁ ବୁଷ୍ଟର ଡୋଜ ନେବାକୁ ଲୋକଙ୍କୁ ସଚେତନ କରିବା ସହ ଲୋକଙ୍କୁ ମାସ୍କ, ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଦିଗରେ ସଚେତନ କରାଇବାକୁ କୁହାଯାଇଛି।

ଲୋକସଭାରେ ମନ୍ତ୍ରୀ କହିଛନ୍ତି, ଆମେ ବର୍ତ୍ତମାନ ବୈଶ୍ବିକ କୋଭିଡ ସ୍ଥିତିକୁ ନଜରରେ ରଖି ଆଗୁଆ ପଦେକ୍ଷପ ନେଉଛୁ। କୋଭିଡ-୧୯ର ନୂଆ ଭାରିଆଣ୍ଟ ଚିହ୍ନଟ ପାଇଁ ରାଜ୍ୟଗୁଡିକୁ ଜେନମ ସିକ୍ବେନ୍ସିଂକୁ ବଢାଇବାକୁ କୁହାଯାଇଛି। ମହାମାରୀ ବିରୋଧୀ ଲଢେଇରେ ରାଜ୍ୟଗୁଡିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *