ଲୋକସଭାରେ ଉତ୍ତେଜନା, କାର୍ଯ୍ୟ ଦିନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ

Spread the love

ନୂଆଦିଲ୍ଲୀ : ବିରୋଧୀଦଳଙ୍କ ଆନ୍ଦୋଳନ ଯୋଗୁଁ ଆଜି ମଧ୍ୟ ଲୋକସଭା କାର୍ଯ୍ୟରେ ବ୍ୟାହତ ସୃଷ୍ଟି ହୋଇଛି । ଏହି କାରଣରୁ ଗୃହର ପ୍ରକ୍ରିୟା ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

କଂଗ୍ରେସ ନେତା ଆଧୀର ରଞ୍ଜନ ଚୌଧୁରୀ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ତୁରନ୍ତ ଆଲୋଚନା କରିବାକୁ ଦାବି କରିଛନ୍ତି । ଏହା ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ନିୟମ ଅନୁଯାୟୀ ସରକାରଙ୍କ ପାଖରେ ଦଶ ଦିନ ସମୟ ଅଛି । ବାଚସ୍ପତି ଏହାକୁନେଇ ଯେତେବେଳେ ବି ବ୍ୟବସ୍ଥା କରିବେ, ସରକାର ଏହା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ । ଯଦି ସରକାରଙ୍କ ସଂଖ୍ୟାଗରିଷ୍ଠତା ଉପରେ ବିରୋଧୀ ନିଶ୍ଚିତ ନୁହଁନ୍ତି, ତେବେ ବିଲ୍ ପାସ୍ ସମୟରେ ଏହା ଉପସ୍ଥିତ ହେବା ଉଚିତ୍ ।

Leave a Reply

Your email address will not be published. Required fields are marked *