ଉପରାଷ୍ଟ୍ରପତି ନାଗୌରର ମେଡତା ସିଟିରେ ସ୍ୱ. ନାଥୁରାମ ମିର୍ଦ୍ଧାଙ୍କ  ପ୍ରତିମାର କଲେ ଉନ୍ମୋଚନ

Spread the love

ନାଗୌର : ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗ୍ରାମୀଣ କିସାନ ଯୁବକମାନଙ୍କ ମଧ୍ୟରେ ବଢ଼ୁଥିବା ନିଶା ସେବନ  ଏବଂ କ୍ଷଣିକ ସରଳ ଲାଭ ପାଇଁ କାନୁନର ଉଲ୍ଲଂଘନର ପ୍ରବୃତି ଉପରେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ।  ସେ କହିଛନ୍ତି ଯେ ଆଇନରୁ ଉର୍ଧରେ କିଏ ନୁହଁନ୍ତି ।

ଉପରାଷ୍ଟ୍ରପତି ରବିବାର ଦିନ ନାଗୌରର ମେଡତା ସିଟିରେ ସ୍ୱର୍ଗୀୟ ନାଥୁରାମ ମିର୍ଦ୍ଧାଙ୍କ ପ୍ରତିମୂର୍ତିର ଅନାବରଣ ଅବସରରେ  ଏହା କହିଥିଲେ ।

ସେ କହିଛନ୍ତି ଯେ କୃଷକ ଜାତି  ପାଇଁ ସଂରକ୍ଷଣର ଲଢ଼େଇ କଠିନ ଥିଲା ଯେଉଁଥିରେ ସ୍ୱର୍ଗୀୟ ମିର୍ଧାଙ୍କର ମଧ୍ୟ ଯୋଗଦାନ ରହିଥିଲା । କିନ୍ତୁ ଆଜି ତା’ର ସକରାତ୍ମକ ପରିଣାମ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *