କାହିଁକି ସିଇସିଙ୍କ କାର୍ଯ୍ୟକାଳ କମାଇ ଦିଆଯାଇଛି: ସୁପ୍ରିମକୋର୍ଟ

Spread the love

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟ ଦକ୍ଷତା ଉପରେ ଦାୟର ଯାଚିକାର ଶୁଣାଣି କରିଛନ୍ତି। ସର୍ବୋଚ୍ଚ କୋର୍ଟଙ୍କ ସମ୍ବିଧାନକ ଖଣ୍ଡପୀଠ ଯାଚିକା ଉପରେ କେନ୍ଦ୍ରକୁ ଜବାବ ତଲବ କରିଛନ୍ତି।  ୨୦୦୭ ପରେ ସମସ୍ତ ମୁଖ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକାଳ କମ କରିବା ଉପରେ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ। ୨୦୦୭ ପରେ ସମସ୍ତ ମୁଖ୍ୟ ନିର୍ବାଚନ ଆୟୋଗମାନଙ୍କ କାର୍ଯ୍ୟକାଳ କାହିଁକି କାଟ ଖାଇଛି? ସର୍ବୋଚ୍ଚ କୋର୍ଟ ଏହି ମାମଲାରେ ଉଭୟ ୟୁପିଏ ଓ ଏନଡିଏ ସରକାରର କାର୍ଯ୍ୟକାଳକୁ ଅବଲୋକନ କରିଥିବା କହିଛନ୍ତି।

ଏଥିସହ ସୁପ୍ରିମକୋର୍ଟ  କହିଛନ୍ତି କି, ଜାତୀୟ ନିର୍ବାଚନ ଆୟୋଗର ସଦସ୍ୟମାନଙ୍କ ନିଯୁକ୍ତି କ୍ଷେତ୍ରରେ ସଂସଦ ସୁଧାର ଆଣିବା ଆବଶ୍ୟକ। ବର୍ତ୍ତମାନର ପ୍ରଣାଳୀ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକୁ ପ୍ରଭାବିତ କରୁଛି। ଏଥିସହ ମୁଖ୍ୟ ନିର୍ବାଚନ କମିଶନରଙ୍କ ସ୍ବତନ୍ତ୍ରତାକୁ ମଧ୍ୟ ପ୍ରଭାବିତ କରୁଛି।

୧୯୯୧ ଅଧିନିୟମ ଅନ୍ତର୍ଗତ ନିର୍ବାଚନ ଆୟୋଗରେ କାର୍ଯ୍ୟକରୁଥିବା ପଦାଧିକାରୀଙ୍କ କାର୍ଯ୍ୟକାଳ ୬ ବର୍ଷ ରହିଛି। କିନ୍ତୁ ୨୦୦୭ରୁ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟକାଳକୁ କମାଇ ଦିଆଯାଉଛି। ଫଳ ସ୍ବରୂପ ବହୁ ସିଇସି ପୂର୍ଣ୍ଣ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବାରେ ଅସମର୍ଥ ହୋଇଥିବା କୋର୍ଟ କହିଛନ୍ତି।

ସିଇସି ସମେତ ନିର୍ବାଚନ ଆୟୋଗର ସଦସ୍ୟମାନଙ୍କ ନିଯୁକ୍ତି ପ୍ରକ୍ରିୟାରେ ସୁଧାର ଦାବି କରି ଦାଖଲ ସମସ୍ତ ଯାଚିକାସବୁକୁ ଏକ ୫ ଜଣିଆ ସମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି କରାଯାଉଛି। ଏହି ଖଣ୍ଡପୀଠରେ ଜଷ୍ଟିସ କେ ଏମ ଜୋସେଫ, ଜଷ୍ଟିସ ଅଜୟ ରସ୍ତୋଗେ, ଜଷ୍ଟିସ ଅନିରୁଦ୍ଧ ବୋସ, ଜଷ୍ଟିସ ହୃଷିକେଶ ରାୟ ଓ ଜଷ୍ଟିସ ସିଟି ରବିକୁମାର ନିର୍ବାଚନ ଆୟୋଗଙ୍କ  କାର୍ଯ୍ୟକାଳକୁ ନେଇ ସରକାରକୁ ପ୍ରଶ୍ନ କରିଛନ୍ତି।

ତେବେ ଏହି ମାମଲାରେ ଆଟର୍ଣ୍ଣି ଜେନେରାଲ ଭେଙ୍କଟରମଣୀ କହିଛନ୍ତି କି, ଅଦାଲତଙ୍କୁ ଆଦର୍ଶ ରୂପେ ଶକ୍ତିଗୁଡିକର ପୃଥକକରଣର ସିଦ୍ଧାନ୍ତର ସମ୍ମାନ କରି ଏହି ମାମଲାରେ ହସ୍ତକ୍ଷେପ କରିବା ଉଚିନ ନୁହେଁ। ଏହାର ଉତ୍ତରରେ ଜଷ୍ଟିସ ଯୋସେଫ କହିଛନ୍ତି କି, ଯେଉଁଠି ସମ୍ବିଧାନର ବ୍ୟାଖ୍ୟାର ସମ୍ଭାବନା ରହିଛି, ସେହି କ୍ଷେତ୍ରରେ କୋର୍ଟଙ୍କର କୌଣସି ଭୂମିକା ଥିବା ଆପଣ ସ୍ବୀକାର କରୁଛନ୍ତି କି?

ଏଜି ଏହା ଉପରେ କହିଥିଲେ ମୌଳିକ ଅଧିକାରର ଉଲ୍ଲଙ୍ଘନ କରୁଥିବା ମାମଲାର ଯାଞ୍ଚ ପାଇଁ ଅଦାଲତ ଦ୍ବାରା ଯାଞ୍ଚ କରିବାକୁ ରହିଛି। କିନ୍ତୁ ଯେଉଁଠି ସମ୍ବିଧାନର ମୂଳ ବ୍ୟବସ୍ଥା ଉପରେ ପ୍ରହାର ହେଉଥିବା କଥା ଆସୁଛି, ସେହି କ୍ଷେତ୍ରରେ ସଂସଦରେ ଚର୍ଚ୍ଚା ହେବାର ଆବଶ୍ୟକତା ରହିଛି, ନାହିଁ କି, କୋର୍ଟରେ।

ତେବେ ଏହି ମାମଲାର ପୂର୍ବ ଶୁଣାଣି କାଳରେ ନଭେମ୍ବର ୧୭ ତାରିଖରେ ଖଣ୍ଡପୀଠ କହିଥିଲେ କି, ନିର୍ବାଚନ ଆୟୋଗ କୁଶଳ, ଦକ୍ଷ, ପୂର୍ଣ୍ଣ ରୂପେ ବିଶ୍ବସ୍ଥ ଓ ସେବା ପ୍ରତି ସମର୍ପିତ ହୋଇ ପାରନ୍ତି, ହେଲେ ନିଶ୍ଚିତ ରୂପେ କୌଣସି ଏକ ରାଜନୈତିକ ଦୁର୍ବଳତା କାର୍ଯ୍ୟରେ ଆସିପାରେ।  

Leave a Reply

Your email address will not be published. Required fields are marked *