ଡିସେମ୍ବର ୭ରୁ ଆରମ୍ଭ ହେବ ଶୀତ ଅଧିବେଶନ

Spread the love

ନୂଆଦିଲ୍ଲୀ: ଡିସେମ୍ବର ୭ରୁ ଆରମ୍ଭ ହେବ ସଂସଦ। ସଂସଦର ଶୀତ ଅଧିବେଶନ ୭ ଡିସେମ୍ବରରୁ ଆରମ୍ଭ ହୋଇ ୨୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏନେଇ ସୂଚନା ଦେଇଛନ୍ତି  କେନ୍ଦ୍ର ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଜୋଶୀ। 

ଜୋଶୀ ଟ୍ବିଟ କରି କହିଛନ୍ତି କି, ଚଳିତ ଶୀତକାଳୀନ ଅଧିବେଶନ ଡସେମ୍ବର୭ରୁ ୨୯ ପର୍ଯ୍ୟନ୍ତ ଚାଲିବ।  ମୋଟ ୨୩ ଦିନର କାର୍ଯ୍ୟଦିବସରେ ୧୭ଟି ବୈଠକ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ। ସେ ଆହୁରି ଉଲ୍ଲେଖ କରିଛନ୍ତି କି, ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ କାଳରେ ହେବାକୁ ଥିବା ଏହି ଅଧିବେଶରେ ବିଧାନସଭା ବ୍ରାପାର ଓ ଅନ୍ୟ ମୁଦ୍ଦା ଉପରେ ଆଲୋଚନା ହେବ।

ତେବେ ଏହି ଅଧିବେଶନକୁ ସୁଚାରୁରୂପେ ପରିଚାଳନା କରିବା ଦିଗରେ ମନ୍ତ୍ରୀ ଆଶାବାଦୀ ଅଛନ୍ତି।

Leave a Reply

Your email address will not be published. Required fields are marked *